ସ୍ନୋ ୱାଲ୍ଡ ଚିଙ୍ଗୁଡି କମ୍ପାନୀରେ ଗ୍ୟାସ୍ ଲିକ୍ ଘଟଣା , ୨୦ ଅସୁସ୍ଥଙ୍କ ଭିତରେ ଅନେକ ନାବାଳିକା …
1 min readନୀଳଗିରି ନିକଟ ଗଡ଼ିଆମାଳ ଠାରେ ଥିବା ଗ୍ଦଦ୍ଭକ୍ଟଙ୍ଗ ଙ୍ଗକ୍ଟକ୍ସକ୍ଷୟ ଚିଙ୍ଗୁଡ଼ି କମ୍ପାନୀ ରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ। ୨୦ ରୁ ଉର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର ହୋଇ ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। ଏ ସିଫ୍ଟ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଆଜି ସନ୍ଧ୍ୟାରେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶ ଯୁବତୀ ନାବାଳିକା ଥିବା ଅନୁମାନ କରାଯାଉଛି। କମ୍ପାନୀର କିନ୍ତୁ କୌଣସି ଅଧିକାରୀ ମେଡ଼ିକାଲ ରେ ପହଞ୍ଚି ନଥିବା ବେଳେ ମମେଡ଼ିକାଲ ପକ୍ଷରୁ ଚିକିତ୍ସା ଜାରୀ ରହିଛି ।
ଚିକିତ୍ସା ଚାଲିଥିବା ସମୟରେ କମ୍ପାନୀର କିଛି କର୍ମଚାରୀ ମାନେ ଚଞ୍ଚକତା ଦେଖାଇ ନାଁ ବାଳିକା ମାନଙ୍କୁ ହସ୍ପିଟାଲ ପରିସରରୁ ନେଇ ଖସି ଯାଉଥିବା ସମୟରେ ନୀଳଗିରି ଥାନା ପାଖରେ ତାଙ୍କୁ ଅଟକ ରଖା ଯାଇଥିଲା । ନାବାଳିକାଙ୍କୁ ମେଡିକାଲରୁ ନେବାବେଳେ ସେମାନଙ୍କୁ ଅଟକାଇଛନ୍ତି ସ୍ଥାନୀୟ ଲୋକେ । ପରବର୍ତ୍ତୀ ସମୟରେ ଖବର ପାଇ ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥ ପ୍ରତାପ ଚନ୍ଦ୍ର ସଡଙ୍ଗୀ, କଂଗ୍ରେସ ବିଧାୟକ ପ୍ରାର୍ଥ ଅକ୍ଷୟ କୁମାର ଆଚାଜ୍ୟ ଆସି ଥାନାରେ ପହଞ୍ଚି ଥିଲେ । ସମସ୍ତ ନାବାଳିକା ଶ୍ରମିକଙ୍କୁ ନେଇ ସାଂସଦ ଥାନାକୁ ନେବା ପରେ ଶ୍ରମିକଙ୍କୁ ସୁରକ୍ଷା ଗୃହକୁ ପଠାଇ ଦିଆଯାଇଛି । ସେଠାରେ ନୀଳଗିରି ଆଇ ଆଇ ସି ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନାଁବାଳିକା ପିଲାମାନଙ୍କୁ କାମରେ ଲଗାଉଥିବା କମ୍ପାନୀ ବିରୁଦ୍ଧରେ ତଦନ୍ତ କରିବା ପାଇ ନିର୍ଦେଶ ଦେଇ ଥିଲେ ।
ତେବେ ଏପ୍ରସଙ୍ଗରେ କଂପାନୀ କର୍ତ୍ତୃପକ୍ଷ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିବା ବେଳେ ମେଡିକାଲ କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ସଂପୃକ୍ତ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲେଶ୍ୱର ସାଂସଦ।