Pratidin TV

Odisha's Digital News Platform

ମମତା ଦିଦିଙ୍କ ସଭାରେ ଭୁଶୁଡ଼ିଲା ଗେଟ୍ , ଦୁଇ ଆହତ

1 min read

ମମତା ଦିଦିଙ୍କ ସଭାରେ ଭୁସୁଡ଼ିଲା ଗେଟ୍ । ଫଳରେ ଅନେକ ଲୋକ ଆହତ ହୋଇଛନ୍ତି । ବୁଧୁବାର ଦିନ ପଶ୍ଚିମବଙ୍ଗର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କୋଲକାତାରେ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଯୋଗ ଦେଇଥିଲେ। ତେବେ ଏହି ସମୟରେ ଅସ୍ଥାୟୀ ଗେଟ୍ ଭୁଶୁଡ଼ିବା ଯୋଗୁ ଦୁଇ ଜଣ ଆହତ ହୋଇଛନ୍ତି।

ଆହତ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି।କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହଜାର ହଜାର ଲୋକ ଉପସ୍ଥିତ ହୋଇଥିଲେ। ଏହି ସମୟରେ ହଠାତ୍ ଏକ ଅସ୍ଥାୟୀ ଗେଟ୍ ଭୁଶୁଡି ପଡ଼ିଥିଲା।ଉଲ୍ଲେଖଯୋଗ୍ୟ, ଗେଟ୍ ଭୁଶୁଡ଼ି ଥିବା ଏହି ଅଡିଟୋରିୟମକୁ ଏପ୍ରିଲ ୧୩, ୨୦୨୩ରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଧାନଧାନ୍ୟ ଅଡିଟୋରିୟମରେ ସୂଚନା ଏବଂ ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *