Pratidin TV

Odisha's Digital News Platform

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ, ହେଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି..

1 min read

ଗୌତମ ଆଦାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଆଉ ପଛରେ ରହିଗଲେ ମୁକେଶ ଅମ୍ବାନୀ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ପ୍ରକାଶ କରିଛି ଯେ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପୁଣି ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ବିଶ୍ୱ ଧନୀ ତାଲିକାର ଆଦାନୀ ଶ୍ରେଷ୍ଠ ୧୨ରେ ମଧ୍ୟରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ଅମ୍ବାନୀ ଗୋଟେ ପାହାଚ ତଳେ ଅର୍ଥାତ ଏହି ତାଲିକାର ୧୩ ତମ ସ୍ଥାନରେ ରହିଛନ୍ତି।

ଗତବର୍ଷ ତୁଳନାରେ ଉଭୟ ଆଦାନୀ ଏବଂ ଅମ୍ବାନୀଙ୍କ ରାଙ୍କିଙ୍ଗ୍‌ରେ ଉନ୍ନତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇ ୯୭.୬ ବିଲିୟନ ଡଲାରରେ ପହଞ୍ଚିଛି। ଅପରପକ୍ଷେ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୭ ବିଲିୟନ ଡଲାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆୟ ୬୬୫ ମିଲିୟନ ଡଲାର ବୃଦ୍ଧି ପାଇଛି। କୁହାଯାଉଛି ଯେ ୨୦୨୪ ଜାନୁୟାରୀ ୩ ରେ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଗୌତମ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଏହି କାରଣରୁ ତାଙ୍କ ବାର୍ଷିକ ଆୟ ବୃଦ୍ଧି ପାଇଛି।

Advertisement

Leave a Reply

Your email address will not be published. Required fields are marked *