ରାଜନୀତିରୁ ସନ୍ୟାସ ନେଲେ ଗୌତମ ଗମ୍ଭୀର , ଏଥର ନିର୍ବାଚନରେ କରିବେନି ପ୍ରତିଦ୍ୱନ୍ଦିତା …
1 min readପାଖେଇ ଆସିଲାଣି ନିର୍ବାଚନୀ ଋତୁ । ସରଗରମ ହେଲାଣି ରାଜନୀତି ମଇଦାନ । ହେଲେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ ଖବର ।କ୍ରିକେଟରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶନିବାର ସକାଳେ ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟୁଇଟ କରି ଲେଖିଛନ୍ତି ମୋତେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବାକୁ ମୁଁ ଭାଜପା ସଭାପତି ଜେପି ନଡାଙ୍କୁ ନିବେଦନ କରୁଛି, ଯାହାଫଳରେ ମୁଁ କ୍ରିକେଟ ଉପରେ ଧ୍ୟାନ ଦେଇ ପାରିବି ବୋଲି ଗୌତମ କହିଛନ୍ତି । ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ଏମ୍ପି । ୨୦୧୯ ଲୋକ ସଭା ନିର୍ବାଚନରେ ଜିତିବା ପରେ ସେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ । ତେବେ ତାଙ୍କର ଟ୍ୱିଟ୍ ପରେ ଏହା ସ୍ପଷ୍ଟ ହୋଇଛି ଯେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ ।
ତାହ ସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ , ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନ୍ୟବର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି । ଜୟ ହିନ୍ଦ । ତେବେ ଏବେ ଦେଖିବାକୁ ବାକି ରହିଲା କେଉଁ ପ୍ରାର୍ଥୀଙ୍କୁ ଭାଜପା ପୂର୍ବ ଦିଲ୍ଲୀରୁ ଟିକେଟ ଦେଉଛି ।