Pratidin TV

Odisha's Digital News Platform

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ହେଲେ ଗୌତମ ଗମ୍ଭୀର, BCCI ପକ୍ଷରୁ ଜୟ ଶାହା କଲେ ଘୋଷଣା

1 min read

ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି।

ଜୟ ଶାହା ଲେଖିଛନ୍ତି ମୁଁ ବହୁତ ଆନନ୍ଦ ସହକାରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ସ୍ୱାଗତ କରୁଛି। ଆଧୁନିକ କ୍ରିକେଟ ଦ୍ରୁତଗତିରେ ବିକଶିତ ହେଉଛି। ଆଉ ଏହି ପରିବର୍ତ୍ତନକୁ ଗମ୍ଭୀର ଖୁବ୍ ନିକଟରୁ ଦେଖିଛନ୍ତି। ନିଜ କ୍ୟାରିୟରେ ବିଭିନ୍ନ ପ୍ରକାର ଦାୟିତ୍ୱ ତୁଲାଇଥିବା ଗମ୍ଭୀର ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ସଠିକ୍ ବ୍ୟକ୍ତି ବୋଲି ମୁଁ ବିଶ୍ୱାସ କରୁଛି। ଟିମ୍ ଇଣ୍ଡିଆ ପାଇଁ ତାଙ୍କ ପାଖରେ ଥିବା ସ୍ପଷ୍ଟ ଦୃଷ୍ଟିକୋଣ, ତା’ସହିତ ତାଙ୍କ ପାଖରେ ଥିବା ବିପୁଳ ଅଭିଜ୍ଞତା ତାଙ୍କୁ ଏହି ରୋମାଞ୍ଚକର ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାନିତ କରିଛି। ତାଙ୍କର ଏହି ନୂଆ ଯାତ୍ରା ପାଇଁ ବିସିସିଆଇ ତାଙ୍କୁ ପୂରା ସମର୍ଥନ କରିବ।

Advertisement

ଟି-୨୦ ବିଶ୍ୱକପରେ ଭାରତର ବିଜୟ ସହ ରାହୁଲ ଦ୍ରାବିଡଙ୍କ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟାକାଳ ଶେଷ ହୋଇ ସାରିଥିବାରୁ ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହାପରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ହେବା ନେଇ ତାଙ୍କ ନାଁ ଚର୍ଚ୍ଚା ହେଉଥିଲା । ଭାରତୀୟ ଦଳରେ ଗୌତମ ଗମ୍ଭୀରଙ୍କ ଅନେକ ଅବଦାନ ରହିଛି । ୪୩ବର୍ଷ ବୟସ୍କ ଗୌତମ ଗମ୍ଭୀରଙ୍କର କୌଣସି ପ୍ରଶିକ୍ଷଣ ଅଭିଜ୍ଞତା ନାହିଁ । ହେଲେ ସେ ଏକାଧିକ ଆଇପିଏଲ୍‍ ଦଳର ମେଣ୍ଟର ବା ମାର୍ଗଦର୍ଶକ ଭାବେ କାମ କରିଛନ୍ତି । ମୁଖ୍ୟ ପ୍ରଶିକ୍ଷକ ପାଇଁ ଅନେକ ଆଶାୟୀ ଆବେଦନ କରିଥିଲେ । ହେଲେ ଗତ ମାସରେ ବିସିସିଆଇ କ୍ରିକେଟ୍‍ ପରାମର୍ଶଦାତା କମିଟି ଭାରତୀୟ ଦଳର ଦୁଇ ପୂର୍ବତନ ଓପନର ଗୌତମ ଗମ୍ଭୀର ଓ ଡବ୍ଲ୍ୟୁଭି.ରମଣଙ୍କ ସାକ୍ଷାତକାର ନେଇଥିଲା । ଏହାପରେ ଗମ୍ଭୀର ଏହି ପଦ ପାଇଁ ଆଗରେ ରହିଥିଲେ ।

ତେବେ ଗମ୍ଭୀର କେଉଁ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ତାହା ଜୟ ଶାହା ସ୍ପଷ୍ଟ କରିନାହାନ୍ତି । ହେଲେ ତାଙ୍କ କାର୍ଯ୍ୟକାଳ ୨୦୨୭ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଜୟ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗମ୍ଭୀର । ଗମ୍ଭୀର କହିଛନ୍ତି ଯେ ଭାରତ ହେଉଛି ପରିଚୟ ଏବଂ ମୋ ଦେଶର ସେବା କରିବା ମୋ ଜୀବନର ସବୁଠାରୁ ବଡ ସୌଭାଗ୍ୟ । ଏକ ନୂଆ ରୂପରେ ଫେରିବା ଗୌରବମୟ ନିଶ୍ଚିତ । କିନ୍ତୁ ମୋର ଲକ୍ଷ୍ୟ ସର୍ବଦା ସମାନ, ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ ।

Leave a Reply

Your email address will not be published. Required fields are marked *