Pratidin TV

Odisha's Digital News Platform

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନ ମାନି କୋର୍ଟ ସାମ୍ନାରେ ପରସ୍ପରକୁ ମୁଦି ପିନ୍ଧାଇଲେ ସମଲିଙ୍ଗୀ ଯୋଡି

1 min read

ଗତକାଲି ଏକ ଐତିହାସ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଭାରତରେ ସମଲିଙ୍ଗୀ ବିବାହକୁ ଅ୍ଧବନର ମାନ୍ୟତା ଦାବି କରି କୋର୍ଟ ଆବେଦନ କରିଥିଲେ କିଛି ସମଲିଙ୍ଗୀ । ତେବେ ଦୀର୍ଘ ଦିନ ଧରି ଏହି ଲଢେଇ ଚାଲିଥିବା ବେଳେ କାଲି ଏହାର ରାୟ ପ୍ରକାଶ ପାଇଥିଲା । ଏବଂ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ଦେବାକୁ ସିଧା ସଳଖ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏକ ମିଶ୍ରିତ ରାୟ ଦେଇଛନ୍ତି । ଭାରତରେ ଏହାକୁ ଆଇନଗତ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଏହି ଶୁଣାଣି ସରିବାର ଦିନକ ପରେ ଅର୍ଥାତ ଆଜି ସୁପ୍ରିମକୋର୍ଟ ସାମ୍ନାରେ ଘଟିଥିଲା ଏକ ଆଶ୍ଚର୍ଯ୍ୟ କର ଘଟଣା ।ଯାହାକୁ କେହି କେବେ ଆଶା କରି ନଥିଲେ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦାବି କରି କୋର୍ଟର ଦ୍ୱାରସ୍ଥା ହୋଇଥିବା ଅନନ୍ୟ କୋଟିଆ ଏବଂ ଉତ୍କର୍ଷ ସକ୍ସେନା ସୁପ୍ରିମକୋର୍ଟ ସମ୍ମୁଖରେ ନିର୍ବନ୍ଧ କରିଥିଲେ । ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଏନେଇ ଅନନ୍ୟ କୋଟି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି । ମୁଦା ପିନ୍ଧା ଫୋଟ ସେୟାର କରି ଏଥିସହ ସେ ଲେଖିଛନ୍ତି ଯେ , ‘ଗତକାଲି ଆମକୁ ଆଘାତ ଲାଗିଥିଲା । ଆଜି ଉତ୍କଷ ଏବଂ ମୁଁ କୋର୍ଟକୁ ଯାଇଥିଲୁ ଯିଏ ଆମ ଅଧିକାରକୁ ଅସ୍ୱୀକାର କରିଥିଲେ ସେଠାରେ ଆମେ ପରସ୍ପରକୁ ମୁଦି ପିନ୍ଧାଇଲୁ । ଆମେ ନିଜ ଲଢେଇ ଜାରି ରଖିବା ପାଇଁ ପୁଣି ଫେରିବୁ ।

କହିବାକୁ ଗଲେ ଉତ୍କର୍ଷ ଶର୍ମା ସୁପ୍ରିମକୋର୍ଟରେ ଆଇନଜୀବୀ ଅଟନ୍ତି । ସେ ଅକ୍ସେଫୋର୍ଡରୁ ପିଏଚଡି କରି ଲଣ୍ଡନ ସ୍କୁଲରେ ଇକୋନୋମିକ୍ସରେ ପିଏଚଡି କରୁଥିବା ବେଳେ ଅନନ୍ୟ କୋଟିଆଙ୍କୁ ଭେଟିଥିଲେ । ଏହାପେର ଉଭୟଙ୍କଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭାରତରେ ସମଲିଙ୍ଗ ସମ୍ପର୍କ ଏକ ଅପରାଧ ଥିବା ବେଳେ ଦୁହେଁ ସମ୍ପର୍କରେ ରହି ଆସୁଥିଲେ । ତେବେ ଉଭୟ ବିବାହ କରିବା ନେଇ ଯେତେବେଳେ ନିଷ୍ପତ୍ତି ନେିୀଥିଲେ ସେତେବେଳେ ସେ ସୁପ୍ରିମକୋର୍ଟ ଏହାକୁ ଆଇନର ମାନ୍ୟତା ଦେବାକୁ ଆବେଦନ କରିଥିଲେ ।

Advertisement

ସୂଚନାମୁତାବକ, ସୁପ୍ରିମକୋର୍ଟରେ ଅନନ୍ୟା କୋଟିଆ ଏକ ସମଲିଙ୍ଗୀ ବିବାହ ପାଇଁ ଆବେଦନ କରିଥିଲେ । ଯାହାର ଜବାବରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସ୍ଥିର କରିଛନ୍ତି ଯେ ସମଲିଙ୍ଗୀ ବିବାହ ଏବଂ ନାଗରିକ ସଂଗଠନ ଉପରେ ଆଇନଗତ ସ୍ୱୀକୃତି ପ୍ରଦାନ କରିବାର ଅଧିକାର କେବଳ ସଂସଦ ଏବଂ ରାଜ୍ୟ ବିଧାନସଭାରେ ରହିଛି । ଅଦାଲତ ଏହାର ସୃଷ୍ଟିକର୍ତ୍ତା ପରିବର୍ତ୍ତେ ଆଇନର ଅନୁବାଦକ ଭାବରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବିବାହ ସମ୍ବନ୍ଧୀୟ ବିଷୟ ବିଧାନସଭା ଅଧୀନରେ ଅଛି । ଏହି ରାୟ ଭାରତରେ ଅସଂଖ୍ୟ LGBTQIA + ବ୍ୟକ୍ତିବିଶେଷଙ୍କୁ ନିରାଶ କରିଛି । କାରଣ ସେମାନେ ବୃଦ୍ଧି ଅଧିକାର ଏବଂ ସ୍ୱୀକୃତି ଆଶା କରୁଛନ୍ତି । ଏଥିସହ, ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ପୋଷ୍ୟ ସନ୍ତାନ ଅଧିକାରକୁ ବିସ୍ତାର କରିବାକୁ କୋର୍ଟ ଚୟନ କରିଛନ୍ତି, ଏହି ନିଷ୍ପତ୍ତି ଏକ ସଂକୀର୍ଣ୍ଣ ୩-୨ ସଂଖ୍ୟାଗରିଷ୍ଠତା ଦ୍ୱାରା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *