Pratidin TV

Odisha's Digital News Platform

ଗାଜାରେ ଇଣ୍ଟରନେଟ ସେବା ବନ୍ଦ କରିଲା ଇସ୍ରାଏଲ, ସହଯୋଗ ପାଇଁ ଆଗେଇ ଆସିଲେ ଏଲନ ମସ୍କ..

1 min read

ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହାମାସ ଆତଙ୍କବାଦୀଙ୍କ ବିରୋଧରେ ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଆକ୍ରମଣ ଜାରୀ ରଖିଛି । ପାଲେଷ୍ଟାଇନକୁ ସମାପ୍ତ କରିବାକୁ ଶପଥ ନେଇଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜାରେ ଯୋଗେଯାଗକୁ ବିଚ୍ଛିନ୍ନ କରିଛନ୍ତି । ଇସ୍ରାଏଲର ସାମରିକ ଯୁଦ୍ଧ ବିମାନ ବୋମା ଏବଂ ଏହାର ସୈନ୍ୟ ବାହିନୀକୁ ଘେରି ରହିଥିବା ଘାଜାର ବାସିନ୍ଦାମାନେ ‘ପାଖାପାଖି’ ଯୋଗାଯୋଗ ଏବଂ ଇଣ୍ଟରନେଟ୍ ବ୍ଲାକଆଉଟ୍ ସମ୍ମୁଖୀନ ହୋଇଛନ୍ତି । ଯାହାଫଳରେ ଗାଜାରେ ବାସ କରୁଥିବା ସାଧାରଣ ଲୋକମାନେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଗାଜାକୁ ଯେଉଁମାନେ ସହାୟତା ଯୋଗାଉଛନ୍ତି ସେମାନଙ୍କୁ ଇସ୍ରାଏଲ ଧମକ ଦେଉଥିବା ବେଳେ, ଏହି ସମୟରେ ବିଲିୟନେୟାର ଏଲୋନ୍ ମସ୍କ ତାଙ୍କ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ନେଟୱାର୍କକୁ “ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସହାୟତା ସଂଗଠନ” ପାଇଁ ଘୋଷଣା କରିଛନ୍ତି । କାରଣ ଇଣ୍ଟରନେଟ୍ ବନ୍ଦ ହୋଇଯିବା କାରଣରୁ ଲୋକମାନେ ପରସ୍ପର ସହ ଯୋଗା ଯୋଗ କରିପାରୁ ନାହାଁନ୍ତି । କିନ୍ତୁ ଏହାକୁ ନେଇ ଇସ୍ରାଏଲର ଯୋଗାଯୋଗ ମନ୍ତ୍ରୀ ଶ୍ଲୋମୋ କରୀ ମସ୍କଙ୍କ ପୋଷ୍ଟକୁ ଜବାବ ଦେଇ କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହାମାସ୍ ଏହାକୁ ବ୍ୟବହାର କରିବ । ସେପଟେ ଅନ୍ତର୍ଜାତୀୟ ରିଲିଫ୍ ଏଜେନ୍ସିଗୁଡିକ କହିଛନ୍ତି ଯେ ଯୋଗାଯୋଗ ଅବରୋଧ ଭୂମିରେ ଥିବା ମାନବିକ ସ୍ଥିତିକୁ ବାଧା ଦେଉଛି । ଫଳରେ ଗାଜାର ୨୨ ଲକ୍ଷ ଲୋକ ମେଡିକାଲ ପ୍ରଫେସନାଲ ଓ ସାଧାରଣ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେବେ । ଏହାକୁ ଦୃଷ୍ଟିରେ ରଖି ଏଲନ ମସ୍କ ଗାଜା ଲୋକଙ୍କୁ ସହାୟତା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *