Pratidin TV

Odisha's Digital News Platform

ରାଜସ୍ଥାନରେ ଧରାଶାୟୀ ହେଲା କଂଗ୍ରେସ, ସନ୍ଧ୍ୟା ସୁଧା ଇସ୍ତଫା ଦେବେ ଗେହଲଟ୍‌..

1 min read

କଂଗ୍ରେସ ହାତରୁ ଖସିଗଲା ରାଜସ୍ଥାନ । ଆଉ ବିଜେପି ହାତକୁ ଚାଲିଗଲା ରାଜସ୍ଥାନ । ନିଜର ହାର ମାନିନେଇଛି ହାତ । ୧୦ ଆସନରେ ବିଜେପି ଆଗୁଆ ରହିଛି । ଏହି ଫଳାଫଳକୁ ଦେଖି ଏବେ କଂଗ୍ରେସ ହାର୍ ମାନିଛି । ତେଣୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ସରଦାରପୁରରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଶୋକ ଗେହଲଟ ୨୬୩୯୬ ଭୋଟରେ ଜିତିଛନ୍ତି । ତେବେ ନିଜ ଆସନରେ ଜିତିବା ସତ୍ତ୍ୱେ ବି ସେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଏଥିପାଇଁ ସେ ସନ୍ଧ୍ୟା ଯାଏଁ ସମୟ ମାଗିଛନ୍ତି । ସନ୍ଧ୍ୟା ସୁଧା ରାଜ୍ୟପାଳଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇବେ ଗେହଲଟ୍ । ଭୋଟ ଗଣତି ଚାଲିଥିଲେ ସୁଦ୍ଧା ଟ୍ରେଣ୍ଡକୁ ଦେଖି ଏହା ସ୍ପଷ୍ଟ ହୋଇଯାଇଛ । କଂଗ୍ରେସ କେବଳ ୭୦ଟି ଆସନରେ ସୀମିତ ରହିଛି । ତେଣୁ ୫ ବର୍ଷ ପରେ ପୁଣି ଥରେ ରାଜସ୍ଥାନରେ ସରକାର ବଦଳିବା ନେଇ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି । ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍ ଗଣନା ଜାରି ରହିଛି ଏବଂ ବିଜେପି ୧୧୦ ରୁ ଅଧିକ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାୟ ୭୦ ଟି ଆସନରେ ନେତୃତ୍ୱ ନେଇ ନିରାଶ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *