Pratidin TV

Odisha's Digital News Platform

ସାଧାରଣ ନିର୍ବାଚନ ୨୦୨୪ ; ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଷ୍ଟ୍ରଙ୍ଗ୍ ରୁମରେ ପହଞ୍ଚିଲା EVM

1 min read

ଆସନ୍ତା ୪ ତାରିଖ ଭୋଟ ଗଣତି ପର୍ଯ୍ୟନ୍ତ ଟୁଇନସିଟିରେ ବଳବତ୍ତର ରହିବ ଚେକିଂ ବ୍ଳକିଂ । ଚେକ ପୋଷ୍ଟ ମାନଙ୍କରେ ଗାଡି ଗୁଡିକର ତନଖି କରାଯିବ ।

ସେପଟେ ରାଜଧାନୀ ଭୁବନେଶ୍ବରରେ ସୁରୁଖୁରୁରେ ଶେଷ ହୋଇଛି ମତଦାନ। କୌଣସି ସ୍ଥାନରେ ହିଂସା କିମ୍ବା ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ। ଇଭିଏମ ଗୁଡିକ ସୁରକ୍ଷିତ ଭାବେ ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Advertisement

ଉଭୟ CAPF ଓ ଷ୍ଟେଟ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ ଦାୟିତ୍ୱରେ ରହିଛି । କିଛି ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ହେବାର ସମ୍ଭାବନା ଥିବାରୁ ସେ ନେଇ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ପୋଲିସ କମିଶନର।

Leave a Reply

Your email address will not be published. Required fields are marked *