Pratidin TV

Odisha's Digital News Platform

ଜର୍ମାନ ରାଷ୍ଟ୍ରଦୂତଙ୍କ ଭାରତ ପ୍ରେମ ,ନୂଆ ଗାଡି଼ କିଣି ଟାଙ୍ଗିଲେ ଲେମ୍ବୁ-ଲଙ୍କା …

1 min read

ଜର୍ମାନ ରାଷ୍ଟ୍ରଦୂତଙ୍କ ଭାରତ ପ୍ରେମ। ନୂଆ ଗାଡି଼ କିଣିବା ପରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ। ଭାରତୀୟ ପରମ୍ପରା ଅନୁସାରେ ଯେତେବେଳେ ଆମେ ଏକ ନୂଆ ଗାଡି଼ କିଣୁ ସର୍ବପ୍ରଥମେ ଆମେ ପୂଜା କରିବା ସହ ନଡ଼ିଆ ଭାଙ୍ଗିଥାଉ। ଏହା ବ୍ୟତୀତ ଲେମ୍ବୁ ଏବଂ ଲଙ୍କା ମଧ୍ୟ ଲଗାଇଥାନ୍ତି।ଭାରତରେ ଯେତେବେଳେ ବି ଏକ ନୂତନ ଜିନିଷ ଘରକୁ ଆସେ, କେବଳ ଏହାକୁ ପୂଜା କରାଯାଏ ନାହିଁ, ବରଂ ଲେମ୍ବୁ ଏବଂ ଲଙ୍କା ମଧ୍ୟ ଟଙ୍ଗାଯାଇଥାଏ। କଥାରେ ଅଛି, ଏହା ଦ୍ୱାରା ଖରାପ ନଜର ଲାଗେ ନାହିଁ। ଏହି ବିଶ୍ୱାସ ଆମ ଦେଶରେ ବହୁତ ସାଧାରଣ ଅଟେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଜଣେ ବିଦେଶୀ ଏହି ପରମ୍ପରା ଏବଂ ବିଶ୍ୱାସକୁ ହୃଦୟରୁ ଅନୁସରଣ କରିଛନ୍ତି।

ଭାରତରେ ଜର୍ମାନ ରାଷ୍ଟ୍ରଦୂତ ଫିଲିପ ଆକ୍କର୍ମନ ଏକ ନୂତନ ବୈଦ୍ୟୁତିକ ଯାନ କିଣିଛନ୍ତି। ଭାରତୀୟ ରୀତିନୀତି ଅନୁଯାୟୀ, ଏକ ନୂତନ କାର କିଣିବା ପରେ ସେ ଏକ ନଡ଼ିଆ ଭାଙ୍ଗି ନୂଆ କାରରେ ‘ଲେମ୍ବୁ-ଲଙ୍କା’ ମଧ୍ୟ ଟାଙ୍ଗିଥିଲେ। ସୋସିଆଲ ମିଡିଆରେ ଫିଲିପ ଆକ୍କର୍ମନଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ନଡ଼ିଆ ଭାଙ୍ଗି କାରରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିଥିବାର ନଜର ଆସିଛନ୍ତି।  ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ସମସ୍ତ ଭାରତୀୟଙ୍କ ହୃଦୟ ଜିତିପାରିଛି। ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ପ୍ରଶଂସା ମଧ୍ଯ କରିଛନ୍ତି।

Leave a Reply

Your email address will not be published. Required fields are marked *