Pratidin TV

Odisha's Digital News Platform

ଜର୍ମାନରେ ଡାକ୍ତରଙ୍କ ସଫଳତା… HIVକୁ ମାତ୍ ଦେଲେ ୬୦ ବର୍ଷୀୟ ବୃଦ୍ଧ

1 min read

ଜର୍ମାନରେ ଡାକ୍ତରଙ୍କ ବଡ ସଫଳତା | HIV କୁ ମାତ ଦେଲେ ୬0 ବର୍ଷୀୟ ବୃଦ୍ଧ ରୋଗୀ | ମାରାତ୍ମକ ରୋଗରୁ ମୁକ୍ତ ପାଇଥିବା ବିଶ୍ୱର ସପ୍ତମ ବ୍ୟକ୍ତି ହୋଇଛନ୍ତି | ଡାକ୍ତରମାନେ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ଜଣେ ୬0 ବର୍ଷ ବୟସ୍କ ଜର୍ମାନ ବ୍ୟକ୍ତି ସପ୍ତମ ବ୍ୟକ୍ତି ଭାବରେ ଏଚ୍‌ଆଇଭିରୁ ଭଲ ଭାବରେ ଆରୋଗ୍ୟ ଲାଭ କରିଛନ୍ତି। କିନ୍ତୁ ରୋଗୀ ଜଣକ ତାଙ୍କ ପରିଚୟ ଗୋପନୀୟ ରଖିବା ପାଇଁ କହିଛନ୍ତି |

ଜର୍ମାନୀର ୬୦ ବର୍ଷିୟ ବ୍ୟକ୍ତି HIVରେ ଆକ୍ରାନ୍ତ ହୋଇ ଜୀବନଯୁଦ୍ଧରେ ସଂଘର୍ଷ କରୁଥିଲେ । HIV ଏବଂ ମାରାତ୍ମକ ଲ୍ୟୁକେମିୟା ରୋଗରେ ଆକ୍ରାନ୍ତ ହୋଇଥିଲେ । ମେଡିକାଲ ଚିକିତ୍ସା ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣର କଠିନ ପ୍ରକ୍ରିୟା ପରେ ପୀଡିତ HIV ମୁକ୍ତ ହୋଇଛନ୍ତି । HIV ଏକ ଏଭଳି ମାରାତ୍ମକ ରୋଗ, ଯାହାର କୌଣସି ଔଷଧ ବାହାରି ନାହିଁ । ଏହି ରୋଗରେ ଆକ୍ରାନ୍ତ ହେବା ଅର୍ଥ ମୃତ୍ୟୁ ନିଶ୍ଚିତ । ବିଶ୍ବରେ ପ୍ରାୟ ୪୦ ମିଲିୟନ ଲୋକ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ପାଖରେ ରୋଗମୁକ୍ତର କୌଣସି ବିକଳ୍ପ ନାହିଁ ।

ରୋଗ ମୁକ୍ତ ହୋଇଥିବା ବ୍ୟକ୍ତି ୨୦୦୯ରେ HIV ଟେଷ୍ଟ କରିଥିଲେ ଏବଂ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ୨୦୧୫ରେ ଲ୍ୟୁକେମିୟା ପାଇଁ ତାଙ୍କର ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହାପରେ ୨୦୧୮ରେ ଆ ରେଟ୍ରୋଭାଇରାଲ୍ ଡ୍ରଗ୍ଧ ନେବା ବନ୍ଦ କରି ଦେଇଥିଲେ । ଯାହାଫଳରେ ତାଙ୍କ ରକ୍ତରେ HIV ଭାଇରସ୍ ମାତ୍ର ଧୀରେ ଧୀରେ କମିବା ଲାଗିଥିଲା । ଏହାର ୬ ବର୍ଷ ପରେ ୬୦ ବର୍ଷିୟ ବ୍ୟକ୍ତି ଜଣକଙ୍କୁ ସମ୍ପୂର୍ଣ୍ଣ ଭାବେ HIV ସହିତ କ୍ୟାନସର ମୁକ୍ତ ହୋଇଛନ୍ତି ବିଶ୍ବରେ HIV ରୋଗ ମୁକ୍ତ ହୋଇଥିବା ଜର୍ମାନୀର ଏହି ଲୋକ ହେଇଛନ୍ତି ସପ୍ତମ ବ୍ୟକ୍ତି ।

ଜର୍ମାନୀର ଯେଉଁ ବ୍ୟକ୍ତି ରୋଗମୁକ୍ତ ହୋଇଛନ୍ତି, ତାଙ୍କୁ ବର୍ଲିନର ବିତ୍ତୀୟ ରୋଗୀ ଭାବେ ଘୋଷଣା କରାଯାଇଛି । ୨୦୦୮ରେ ଟେମୋଥ୍ ରେ ବ୍ରାଉନ ବର୍ଲିନର ପ୍ରଥମ ବ୍ୟକ୍ତି ଭାବେ HIV ରୋଗରୁ ସୁସ୍ଥ ହୋଇଥିଲେ । ଏହାର ୧୨ ବର୍ଷ ପରେ ଆର୍ଥାତ୍ ୨୦୨୦ରେ ସେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏବେ ବର୍ଲିନର ଦ୍ବିତୀୟ ବ୍ୟକ୍ତି ଯିଏ HIVରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଛନ୍ତି । ଜର୍ମାନୀର ଡାକ୍ତରୀ ଦଳ ଜର୍ମାନୀର ଆୟୋଜିତ ହେବାକୁ ଥିବା ୨୫ତମ ଅନ୍ତରାଷ୍ଟ୍ରୀୟ AIDS କନଫରେନ୍ସ ପୂର୍ବରୁ ଏହି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *