ଭିଜିଲାନ୍ସ ହାବୁଡରେ ବ୍ଲକ ଶିକ୍ଷା ଅଧିକାରୀ , ଶିକ୍ଷକଙ୍କଠୁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ପୋଲିସ
1 min readକେଉଁଝର : ଗୋଟେ ଦିନରେ ରାଜ୍ୟର ୨ ଟି ସ୍ଥାନରେ ରେଡ୍ ପକାଇଛି ଭିଜିଲାନ୍ସ । ପୂର୍ବରୁ ଜଣେ ଡିଏସପି ଅଭିନବ ଡାଳୁଆଙ୍କୁ ଲାଞ୍ଚ ନେଉଥିବା ବେଳେ ନାଲିହାତରେ ଧରିଥିଲା ଟିମ୍ ଏବଂ ଏବେ ଆଊଜଣେ ବ୍ଲକ ଶିକ୍ଷାଧିକାରୀଙ୍କ ମୁହଁରୁ ପରାଦା ଉଠାଇଛି ଓଡିଶା ଭିଜିଲାନ୍ସ । ସୂଚନା ଅନୁଯାୟୀ କେଉଁଝର ଜିଲ୍ଲା ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରାଙ୍କୁ ଆଜି ନାଲି ହାତରେ ଧରିଛି ଭିଜିଲାନ୍ସ । ୨୦୧୫ ବ୍ୟାଚ୍ର ୩୩ ଜଣ ସହକାରୀ ଶିକ୍ଷକଙ୍କ ଏରିଅର୍ ପେ କ୍ଲିଅର କରିଦେବା ପାଇଁ ୬୦,୦୦୦ ହଜାର ଟଙ୍କା ଦାବି କରିଥିଲେ । ଯାହାକୁ ସେ ୧୫,୦୦୦ ଲେଖାଏଁ କରି ୪ ଟି କିସ୍ତିରେ ନେଇଥାନ୍ତେ ।
ଆଜି ଏହାର ପ୍ରଥମ କିସ୍ତି ବାବଦକୁ ୧୫୦୦୦ ଟଙ୍କା ନେଉଥିବା ବେଳେ ଧରିଥିଲା ଟିମ୍ । ଏହାପରେ ଅଭୟଙ୍କ କାର୍ଯ୍ୟାଳୟ ସମେତ ଯାଜପୁରରେ ଥିବା ବାସଭବନ ଓ ପୈତୃକ ସମ୍ପତ୍ତି ସହ ୩ ଟି ସ୍ଥାନରେ ରେଡ୍ ପକାଇଛି ଟିମ୍ । ତେବେ ଉକ୍ତ ରେଡ୍ ଅପରେସନଟି ବାଲେଶ୍ୱର ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଡି.ଏସ୍.ପି ଏସକେ ସାମନ୍ତରାୟଙ୍କ ନେତୃତ୍ୱରେ ତିନି ଜଣିଆ ମିଳିତ ଚଢାଉ କରାଯାଇଥିଲା ବୋଲି ସୂଚନା ମିଳିଛି ।