Pratidin TV

Odisha's Digital News Platform

ସୁନା ବେଶରେ ଝଟକୁଛନ୍ତି ଘଟଗାଁ ମା’ ତାରିଣୀ…

କେନ୍ଦୁଝର ; ମାଙ୍କ ଆଗମନରେ ପୂରି ଉଠିଛି ଜଗତ । ଚାରିଆଡେ ହସ ଉଲ୍ଲ।ସ ସହ ଏକ ଅଦ୍ଭୂତ ମାହୋଲ । ମାଙ୍କ ଆଗମନର ଏହି ୯ ଦିନରେ ଦୁଖି ଭୁଲିଯାଏ ନିଜ ଦୁଃଖ , ରୋଗୀ ଭୁଲିଯାଏ ନିଜ ରୋଗକୁ । ଆଉ ପୁରା ପଲ୍ଲୀଟୁ ସହର ସବୁଠି ମା ଆଗମନର ଖୁସି ।

ସେହିଭଳି ଦୁର୍ଗାପୂଜା ଅବସରରେ ଆଜିଠାରୁ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁର ମାତାରିଣୀ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି । ମା ତାରିଣୀଙ୍କର ମନ୍ଦିର ପରିସରରେ ମା ଦଶଭୂଜାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଗୋଟିଏ ପଟେ ମା ଦୁର୍ଗାଙ୍କର କାନ୍ତ କମନୀୟ ମୂର୍ତ୍ତି ଶ୍ରଦ୍ଧାଳୁ ଦର୍ଶନ କରୁଥିବା ବେଳେ, ମନ୍ଦିର ମଧ୍ୟରେ ମାତାରିଣୀଙ୍କର ସୁନାବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ମାଙ୍କର ଆଶିଷ ଲାଭ କରୁଛନ୍ତି । ଦଶହରା ଅବସରରେ ମାତାରିଣୀ ୪ ଦିନ ଧରି ସୁନାବେଶରେ ଦର୍ଶନ ଦେବେ ।

Leave a Reply

Your email address will not be published. Required fields are marked *