Pratidin TV

Odisha's Digital News Platform

ଆଜି ଧରାପୃଷ୍ଠରୁ ବିଘ୍ନ ବିନାଶ କରିବେ ଗଜାନନ; ଆଣିବେ ସୁଖ ଓ ଶାନ୍ତି….

1 min read

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପବିତ୍ର ପର୍ବ । ଆଜି ପବିତ୍ର ଗଣେଶ ପୂଜା ।ଭାଦଷ୍ଠଳ ଶୁକ୍ଲପ’ ଚତୁର୍ଥୀରେ ଗଣେଶଙ୍କ ଆଗମନ ହୋଇଥାଏ । ଧାରାପୃଷ୍ଠକୁ ଅବତରଣ କଲେ ବିଘ୍ନ ବିନାଶକ ଗଜାନନ । ସେ ସିଦ୍ଧି,ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଛି ।

ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରଭୁ ବିଘ୍ନବିନାୟକଙ୍କ ପୂଜା । ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ପ୍ରଭୁଙ୍କ ଆବାହନକୁ ଏବେ ଅପେକ୍ଷାରତ । ଆଉ କିଛି ସମୟ ପରେ ହୋମଯଜ୍ଞରେ ପ୍ରକମ୍ପତି ହେବ ପୂରା ପରିବେଶ ।ସବୁଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ମେଲୋଡିର ଆସର ଜମିବ । ବିଧି ଓ ପରମ୍ପରା ଅନୁସାରେ ଗଣେଶଙ୍କ ପୂଜାର୍ଚ୍ଚନା କରାଯିବ । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।

Advertisement

Leave a Reply

Your email address will not be published. Required fields are marked *