କିଡ଼ନୀ ରୋଗରେ ପୀଡିତ ସ୍ୱାମୀ,ସ୍ତ୍ରୀର ଜୀବନ ନେଇ ନେଲା ନିଜ ଜୀବନ….
1 min readଗାଜିଆବାଦ: ଗାଜିଆବାଦ ମଧୁବନ ବାପୁଧାମ ନିକଟରେ ମଝି ରାସ୍ତାରେ ମିଳିଲା ଦମ୍ପତିଙ୍କ ମୃତଦେହ। ସୂଚନା ଅନୁସାରେ, ସ୍ତ୍ରୀଙ୍କୁ ଗୁଳି କରି ସ୍ୱାମୀ ନିଜକୁ ଗୁଳି ମାରିଥିବା ସନ୍ଦେହ କରାଯାଇଛି। ମୃତକ ଦମ୍ପତି ହେଉଛନ୍ତି ସ୍ୱାମୀ ବିନୋଦ ଚୌଧୁରୀ ଓ ସ୍ତ୍ରୀ ଦୀପକ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ସ୍ୱାମୀ ବିନୋଦ ସ୍ତ୍ରୀ ଦୀପକକୁ ନେଇ ଲଙ୍ଗ ଡ୍ରାଇଭରେ ବାହାରିଥିଲେ। ସେମାନେ ଉଭୟ କାରରେ ଘରୁ ବାହାରି ଯାଇଥିଲେ। ସେଠାରେ ସେ ପ୍ରଥମେ ତାଙ୍କ ସ୍ତ୍ରୀ ଓ ପରେ ନିଜକୁ ଗୁଳି କରି ମାରିଥିବାର ସୂଚନା ମିଳିଥିଲା। ଲଙ୍ଗ ଡ୍ରାଇଭରେ ଯାଉଥିବା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ରାତି ଗଡି ଚାଲିଲା କିନ୍ତୁ ରାତି ପ୍ରାୟ ୨ ହାଇଗଲା ହେଲେ ଯେତେବେଳେ ଦୁଇ ଦମ୍ପତି ଫେରିନଥିଲେ ପରିବାର ଲୋକେ ତାଙ୍କୁ ଫୋନ କରିଚାଲିଲେ ହେଲେ କେହି ଫୋନ ଉଠାଇନଥିଲେ। ପରେ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା। ଏବଂ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ।
ପୋଲିସ ତଦନ୍ତ ସମୟରେ ପରିବାର ଲୋକଙ୍କଠାରୁ ପଚରାଉଚରା ସମୟରେ ଜଣାପଡିଥିଲା କାରଣ। ୨ ବର୍ଷ ପୂର୍ବେ ବିନୋଦ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ପରେ ମେଡିକାଲ ସବୁ ପ୍ରକାର ମେଡିକେସନ କରିବା ପରେ ସେ ଠିକ ହୋଇଯାଇଥିଲେ।କିନ୍ତୁ ଏବେ ପାଞ୍ଚ ମାସ ପୂର୍ବରୁ ବିନୋଦଙ୍କୁ ପୁଣି କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା। କିଛି ବର୍ଷ ପୂର୍ବରୁ ନିଜ ବେସରକାରୀ ଚାକିରୀ ଛାଡି ଦେଇ ଗାଁରେ ଥିବା ଜମିରୁ ଯାହା ଆୟ ହେଉଥିଲା ସେଥିରେ ଚଳୁଥିଲେ।ଏହାକୁ ନେଇ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ।ସକାଳେ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ପୋଲିସ ବିନୋଦ ହାତରେ ବନ୍ଧୁକ ପାଇଥିଲା। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ପ୍ରଥମେ ବିନୋଦ ତାଙ୍କ ସ୍ତ୍ରୀ ଦୀପକକୁ ହତ୍ୟା କରିବା ପରେ ନିଜ ଜୀବନ ନେଇଥିବାର ଜଣାପଡିଛି। ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।