Pratidin TV

Odisha's Digital News Platform

ଅନ୍ୟ ବିଷୟ ପଢ଼ାଇବାକୁ କଲେ ମନା, ଚୁଟି ଟାଣି ପିଟିଲେ ପ୍ରଧାନଶିକ୍ଷୟତ୍ରୀ

1 min read

ସାଧାରଣତଃ ସ୍କୁଲରେ ପିଲା କଥା ନ ମାନିବା ଯୋଗୁଁ ମାଡ଼ ଦିଆଯାଇଥାଏ | ହେଲେ ଏଠାରେ ଘଟିଛି କିଛି ନୂଆ | କଥା ନ ମାନିବାରୁ କମ୍ପ୍ୟୁଟର ଶିକ୍ଷୟତ୍ରୀଙ୍କୁ ପଡିଲା ମାଡ଼ | ପ୍ରଧାନ ଶିକ୍ଷୟତ୍ରୀ ରାଗରେ ଏପରି କରିଥିଲେ | ଚୁଟି ଟାଣି ତାଙ୍କୁ ପିଟାପିଟି କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ | ଏପରି ତାଙ୍କ ଜାତିଆଣ ଆକ୍ଷେପ କରିବାକୁ ମଧ୍ୟ ପଛାଇ ନଥିଲେ | ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି।

ତେବେ ସୂଚନା ମୁତାବକ, ଗତ ୪ ତାରିଖରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ କମ୍ପ୍ୟୁଟର ବ୍ୟତୀତ ଅନ୍ୟ ବିଷୟ ପ‍ଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଅଧିକାରୀଜଣକ ଏଥିନିମନ୍ତେ ମନା କରିବା ସହ କେବଳ କମ୍ପ୍ୟୁଟର ପଢ଼ାଇବାକୁ ତାଙ୍କୁ କହିଥିଲେ। ଏଥିରେ ରାଗି ହିତାହିତ ଜ୍ଞାନ ହରାଇ ବସିଲେ ପ୍ରଧାନ ଶିକ୍ଷୟିତ୍ରୀ। ଏହାପରେ ସେ ସ୍କୁଲରେ ଥିବା ନିଜ କମ୍ପ୍ୟୁଟରରେ କାମ କରୁଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ସେଠାରେ ପହଞ୍ଚି ଚୁଟି ଟାଣି ତାଙ୍କୁ ପିଟାପିଟି କଲେ। କମ୍ପ୍ୟୁଟର ଶିକ୍ଷୟତ୍ରୀଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି |

Advertisement

Leave a Reply

Your email address will not be published. Required fields are marked *