Pratidin TV

Odisha's Digital News Platform

ଜମ୍ମୁ କଶ୍ମୀର ନିର୍ବାଚନ ପୂର୍ବରୁ ପୁଣି ଘର ବାହୁଡିବେ ଆଜାଦ!

ଏବେ ଜମ୍ମୁ କଶ୍ମୀର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି  । ତେବେ ଏହାରି ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି କି, ଗୁଲାମ ନବୀ ଆଜାଦ ଯିଏକି ୨୦୧୯ରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ନିଜର ଏକ ରାଜନୈତିକ ପାର୍ଟି ଗଠନ କରିଥିଲେ, ଏବେ ସେ ପୁଣି ଥରେ ଘର ବାହୁଡା କରିବାକୁ ଯାଉଛନ୍ତି। ତେବେ ଏହି ଗୁଜବକୁ ଆଜାଦଙ୍କ ପାର୍ଟି ଖଣ୍ଡନ କରିଛି ।  ଆଜାଦଙ୍କ ପାର୍ଟି କହିଛି, ଏହି ଖବର ସମ୍ପୂର୍ଣ୍ଣ ତଥ୍ୟହୀନ ଅଟେ। ଆମ ଦଳକୁ ଭାଙ୍ଗିବାକୁ ଏମାନେ ସୁଚିନ୍ତିତ ପ୍ରୟାସ କରୁଛନ୍ତି।

ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟିର ପ୍ରବକ୍ତା କହିଛନ୍ତି, ଆଜାଦ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ଅନୁରୋଧ କରିଛନ୍ତି କି, ଏପରି ଗୁଜବ କଥାରୁ ଦୂରେଇ ରୁହନ୍ତୁ। ରିପୋର୍ଟ ଅନୁସାରେ, ଅବଦୁଲ ମଜିଦ ବନୀ, ଗୁଲଜାର ବାନୀ ଓ ମହମ୍ମଦ ଅମିନ ଭଟଙ୍କ ସମେତ ପୁର୍ବ କଂଗ୍ରେସ ବିଧାୟକମାନେ ଆଜାଦଙ୍କ ଡିପିଏ ପାର୍ଟି ଛାଡି କଂଗ୍ରେସରେ ସାମିଲ ହୋଇପାରନ୍ତି। ତେବେ ସେମାନେ ମଧ୍ୟ ଆଜାଦଙ୍କ ନେଇ ଏହି ଚର୍ଚ୍ଚାକୁ ଖଣ୍ଡନ କରି ନାହାନ୍ତି। ସେମାନେ କହିଛନ୍ତି ଯେ, ଡିପିଏ ପାର୍ଟି ସାମିଲ୍‌ ହେବା ପରେ ସେମାନେ ଅସନ୍ତୋଷ ଥିଲେ।

Leave a Reply

Your email address will not be published. Required fields are marked *