ଆସିଲାଣି ଶୀତଦିନ ଅଧିକ ଖର୍ଚ୍ଚ ହେବ ଅଦା , ବଜାରରୁ ନକିଣି ଏପରି ଲଗାନ୍ତୁ କୁଣ୍ଡରେ ।
1 min readପଡିଲାଣି ଥଣ୍ଡା , ଆଉ ଏହି ଶୀତଦିନରେ ଇମ୍ୟୁନିଟି ବଢାଇବା ସହ ଦେହକୁ ଗରମ ରଖେ ଅଦା । ଡାକ୍ତରମାନେ ମଧ୍ୟ ଶୀତଦିନେ ଅଧିକ ଅଦା ଖାଇବାକୁ ବା ପିଇବାକୁ ପରାମର୍ଶ ଦିଅନ୍ତି । ଆଉ ଏଭଳି ସ୍ଥିତିରେ ମାକେର୍ଟ ରେ ପିଆଜ ରସୁଣ ଠାରୁ ବଢିଯାଇଛି ଅଦାର ଦର । ତେଣୁ ଆପଣମାନେ ଚିନ୍ତା ନକରି ଏହି ପଦକ୍ଷେପ ଫଲୋ କରି ନିଜ ବଗିଚାରେ ବା କୁଣ୍ଡରେ ଅଦା ଲଗାଇ ବ୍ୟବହାର କରିପାରିବେ ।
ସବୁଠୁ ପ୍ରଥମେ ଏକ କୁଣ୍ଡରେ ମାଟି ଏବଂ ଗୋବରକୁ ମିଶାଇ ଦିଅନ୍ତୁ । ଏବେ ଅଦା ଖଣ୍ଡକୁ ବା ଗଜା ବାହରିଥିବା ଅଦାକୁ ସେହି ମାଟିରେ ୨ ରୁ ୩ ଇଞ୍ଚ ଭିତରେ ପୋତି ଦିଅନ୍ତୁ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅଦାକୁ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ହିଁ ରଖନ୍ତୁ । ତାଛଡା ଅଦା ଗଛରେ ଅଧିକ ପାଣି ଜମାରୁ ଦିଅନ୍ତୁ ନାହିଁ । ଦିନରେ ମାତ୍ର ଥରେ ହିଁ ଦିଅନ୍ତୁ ।
ଆଉ ଅଦା ଗଛରେ ପୋକ ନଲାଗିବା ପାଇଁ ସେଥିରେ ଲେମ୍ବୁ ପାଣି ସ୍ପ୍ରେ କରନ୍ତୁ । ତେବେ ଅଦାକୁ ସମୂର୍ଣ୍ଣ ରୂପେ ହେବାକୁ ୨୫ ଦିନ ଲାଗେ । ୨୫ ଦିନ ପରେ ଆପଣ ଏହାକୁ ବାହାରକରି ବ୍ୟବହାର କରିପାରିବେ ।