Pratidin TV

Odisha's Digital News Platform

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜର୍ଜିଆ ମେଲୋନୀ ..

1 min read

ଆଜି  74 ବର୍ଷରେ ପାଦ ଥାପିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶ ତଥା ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ସମୟରେ  ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ବାର୍ତ୍ତାରେ ସେ ଇଟାଲୀ ଏବଂ ଭାରତ ମଧ୍ୟରେ ବୃଦ୍ଧ ତଥା ବଢୁଥିବା ସମ୍ପର୍କ ଉପରେ ଗୁରୁତ୍ୱ ଦେବା ସହିତ ବୈଶ୍ୱୟୀକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପାରସ୍ପରିକ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।ଭାରତ ସ୍ବାଧୀନତା ପ୍ରାପ୍ତିର 3ବର୍ଷ ପରେ ତଥା 1950 ମସିହାରେ ପଶ୍ଚିମ ଉପକୂଳ ରାଜ୍ୟ ଗୁଜୁରାଟର ଭଡନଗରରେ ଜନ୍ମଗ୍ରହଣ କରିଥିଲେ ମୋଦି ।

ପିତାଙ୍କ ନାମ ଥିଲା ଦାମଦୋର ଦାସ ମୋଦି ଓ ମା’ ଥିଲେ ହୀରାବେନ । ମୋଦିଙ୍କ ସମ୍ପୂର୍ଣ୍ଣ ନାଁ ଥିଲା ନରେନ୍ଦ୍ର ଦାମୋଦର ଦାସ ମୋଦି । ଭଡନଗର ରେଳ ଷ୍ଟେସନରେ ତାଙ୍କ ପରିବାରର ଏକ ଚା’ ଦୋକାନ ଥିଲା । ସ୍ଥାନୀୟ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଚା’ ଷ୍ଟଲରେ କାମ ମଧ୍ୟ କରୁଥିଲେ । ହେଲେ ସେ ଏବେ ଭାରତର ଅନ୍ୟତମ ପ୍ରଭାବଶାଳୀ ରାଜନେତା ହୋଇପାରିଛନ୍ତି। ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ତିନି ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୧୪ ରେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ବର୍ତ୍ତମାନ ତାଙ୍କର ତୃତୀୟ କାର୍ଯ୍ୟକାଳ କାର୍ଯ୍ୟ ଚାଲୁଛି।

Leave a Reply

Your email address will not be published. Required fields are marked *