Pratidin TV

Odisha's Digital News Platform

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ

1 min read

ଭୁବନେଶ୍ୱରରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ | ବିଜେପି କହିଥିଲେ ଜୁନ ୧0 ତାରିଖରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ କରିବେ ଶପଥ ଗ୍ରହଣ | ସେଥିପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ | ତେବେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି |

ତେବେ ଦିଲ୍ଲୀରେ କଣ୍ଟ୍ରୋଲର ଏଡିଟର ଜେନେରାଲ ଦାୟିତ୍ୱରେ ରହିଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କର ରହିଛି ଓଡ଼ିଆ ଲିଙ୍କ | ସେ ହେଉଛନ୍ତି ମୟୁରଭଞ୍ଜ ବେତନଟିରେ ଜନ୍ମଗ୍ରହଣ କରିଥିବା ଜଣେ ବ୍ୟକ୍ତି | ତେବେ ସେ ଜଣେ ସାନ୍ତାଳ ପରିବାରର ଅଟନ୍ତି | ତେବେ ଗିରିଶ ଚନ୍ଦ୍ର ମୁର୍ମୁ ଉତକାଳ ମହାବିଦ୍ୟାଳୟରେ ପଲିଟିକାଲ ସାଇନ୍ସ ରେ ନିଜର ମାଷ୍ଟର ଡିଗ୍ରୀ ହାସଲ କରିଥିଲେ | ସେ ୟୁନିଭର୍ସିଟି ବୋମିଂ ହେମରେ ମଧ୍ୟ ନିଜର MBA ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି |

Advertisement

ତେବେ ଗିରିଶ ଚନ୍ଦ୍ର ମୁଁର୍ମୁଙ୍କ ୮ ଭାଈ ଭଉଣୀ ଏବଂ ସେମାନଙ୍କ ମଧ୍ୟରେ ସେ ହେଉଛନ୍ତି ଷଷ୍ଠ ପୁତ୍ର | ତାଙ୍କର ୬ ଟି ଭାଈ ଥିବା ବେଳେ ୨ ଜଣ ଭଉଣୀ ରହିଛନ୍ତି | ତେବେ ତାଙ୍କର ଜଣେ ଭାଈ ଶିରୀଶ ଚନ୍ଦ୍ର ମୁର୍ମୁ ଏକସିକ୍ୟୁଟିଭ ଡିରେକ୍ଟର ଅଫ ରିଜର୍ଭ ବ୍ୟାଙ୍କରେ ମଧ୍ୟ ୨0୨୨ ମସିହାରେ କାର୍ଯ୍ୟ କରିଥିଲେ | ଗିରିଶଙ୍କୁ ନେଇ ବହୁ ଚର୍ଚ୍ଚା ମଧ୍ୟରେ ସୂଚନା ମିଳୁଛି କି ସେ ଭୁବନେଶ୍ୱରକୁ ଆସିସାରିଲେଣି | ତେବେ ଏହାପରେ ବିଜେପିର ରହିଛି ଅନ୍ୟ ସବୁ କାର୍ଯ୍ୟକ୍ରମ | ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦ ହସ୍ତାନ୍ତର କରାଯିବ ଏବଂ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗୋଟେ ପ୍ରକାର ଫାଇନାଲ ହୋଇସାରିଛି | କେବଳ ଔପଚାରିକତା ବାକି ରହିଛି |

ଅନ୍ୟପଟେ ଓଡିଶାବାସୀଙ୍କ ମନରେ ଗୋଟେ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ୨୪ ବର୍ଷ କାଳ ଇଣ୍ଟେଲିଜେନ୍ସ ଜିନିୟସ ମୁଖ୍ୟମନ୍ତ୍ରୀ ହିସାବରେ ଓଡ଼ିଶାରେ କାର୍ଯ୍ୟକାରୀ କରି ଆସିଛନ୍ତି ଏବଂ ଯେଉଁ ପରି ଭାବରେ ଓଡିଶାବାସୀଙ୍କ ପାଇଁ ଭଲ ପାଇବା ରହିଛି ସେହିପରି ଭାବରେ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରିବେ କି ନାହିଁ ତାହା ସମସ୍ତଙ୍କ ମନରେ ଆଶଙ୍କା ରହିଛି | ତେବେ ଜଣେ ଜ୍ୟୋତିଷ ପୂର୍ବାନୁମାନ କରିଥିଲେ, ୨0୨୪ରେ ଜଣେ ଆଦିବାସୀ ଓଡିଶା ମୁଖ୍ୟମନ୍ତ୍ରୀ ହେବେ |

Leave a Reply

Your email address will not be published. Required fields are marked *