ମୋଦୀଙ୍କ ସହ ଗିରିଶଙ୍କ ରହିଛି ବଡ଼ ସମ୍ପର୍କ, ୧୦ ତାରିଖ ରେ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ !
1 min readଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଗିରିଶ ଚନ୍ଦ୍ର ମୁର୍ମୁ ପାଇଁ ଚର୍ଚ୍ଚା ଏବେ ଜୋର ଧରିଛି | କୁହାଯାଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଗାଦି ହାସଲ କରିବେ ଗିରିଶ ଚନ୍ଦ୍ର ମୁର୍ମୁ |
ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିଛି ଗିରିଶ ଚନ୍ଦ୍ରଙ୍କ ଖାସ ସମ୍ପର୍କ | ଯାହା ତାଙ୍କୁ ବେଶ ଫାଇଦା ଯୋଗାଇପାରେ | ତେବେ ଦିଲ୍ଲୀରେ କଣ୍ଟ୍ରୋଲର ଏଡିଟର ଜେନେରାଲ ଦାୟିତ୍ୱରେ ରହିଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କର ରହିଛି ଓଡ଼ିଆ ଲିଙ୍କ | ସେ ହେଉଛନ୍ତି ମୟୁରଭଞ୍ଜ ବେତନଟିରେ ଜନ୍ମଗ୍ରହଣ କରିଥିବା ଜଣେ ବ୍ୟକ୍ତି | ତେବେ ସେ ଜଣେ ସାନ୍ତାଳ ପରିବାରର ଅଟନ୍ତି | ତେବେ ଗିରିଶ ଚନ୍ଦ୍ର ୨00୪ ମସିହାରେ ଗୁଜୁରାଟର ଗୃହ ବିଭାଗର ଯୁଗମ ସଚିବ ଭାବେ ନିଯୁକ୍ତି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅତି ଖାସ ହୋଇଯାଇଥିଲେ |
ମୁଖ୍ୟମନ୍ତ୍ରୀଙ୍କ ବଡ ବଡ଼ ବୈଠକରେ ହଜାରେ ହେଉଥିଲେ ଗିରିଶ ଚନ୍ଦ୍ର ମୁର୍ମୁ | ସେହି ସମୟରେ ଗୃହ ବିଭାଗର ମନ୍ତ୍ରୀ ଥିଲେ ଅମିତ ଶାହ | ତାଙ୍କୁ ୨00୨ ମସିହା ଗୁଜୁରାଟର ଦଙ୍ଗାର ତଦନ୍ତ ଦାୟିତ୍ୱ ମିଳିଥିଲା | ତେବେ ସେହି ସମୟରେ ଜେଲରେ ଥିବା ଅମିତ ଶାହଙ୍କ ବେଲ ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ | ପରେ ପ୍ରଧାନମନ୍ତ୍ରୀଙ୍କ ଆସ୍ଥାଭାଜନ କରିଥିଲେ |
ଏହାପରେ ଗିରିଶ ଚନ୍ଦ୍ର ମୁର୍ମୁ ୨00୮ରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟକୁ ସ୍ଥାନାନ୍ତରିତ ହୋଇଥିଲେ | ପରେ ୨0୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟକାରିତା କରିଥିଲେ | ଗୁଜୁରାଟରେ ମୋଦିଙ୍କ ମୁଖ୍ୟ ମନ୍ତ୍ରୀତ୍ୱ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ | ଗିରିଶ ଚନ୍ଦ୍ର ମୁର୍ମୁ ଜାମ୍ମୁ କାଶ୍ମୀର ଉପଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ |