ଜୀବନ ଯୁଦ୍ଧରେ ହାରିଗଲା ଶିଶୁକନ୍ୟା , ୧୭ ଘଣ୍ଟା ଅପରେସନ୍ ପରେ ବୋର୍ୱେଲ୍ରୁ ହୋଇଥିଲା ଉଦ୍ଧାର ..
1 min readପୁଣି ବୋରଓ୍ବେଲକୁ ଖସି ପଡ଼ିଲା ଶିଶୁକନ୍ୟା । ଖେଳୁଥିବା ସମୟରେ ୫୦ଫୁଟ ଗଭୀର ବୋରଓ୍ବେଲ ମଧ୍ୟକୁ ଖସିପଡିଲା ଶିଶୁ କନ୍ୟା । ଏନ୍ଡିଆରଏଫ, ଏସ୍ଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଦୀର୍ଘ ୧୭ ଘଣ୍ଟାର ଅପରେସନ ପରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହାପରେ ମୂର୍ମୁଷୁ ଅବସ୍ଥାରେ ଶିଶୁ କନ୍ୟାକୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ଗୁଜୁରାଟର ଅମରେଲୀ ଜିଲା ସୁରଗାପାରା ଗାଁରେ । ଶୁକ୍ରବାର ଏକ ୫୦ଫୁଟ ବୋରୱେଲ୍ ଗାତରେ ଖସି ପଡିଥିଲା ଶିଶୁ କନ୍ୟା । ଶିଶୁକୁ ଉଦ୍ଧାର କରିବାକୁ ଦୀର୍ଘ ୧୬ ରୁ ୧୭ ଘଣ୍ଟା ଧରି ବହୁ କସରତ ପରେ ଆଜି ସକାଳୁ ଶିଶୁ ଟିକୁ ଉଦ୍ଧାର କରାଯାଇଥିଲା ।
ଏହାପରେ ତୁରନ୍ତ ଶିଶୁ କନ୍ୟାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପାନସେରିୟା ଖୋଲା ବୋରୱେଲ ବନ୍ଦ କରିବାକୁ ଗୁଜୁରାଟବାସୀଙ୍କୁ ନିବେଦନ କରିଛନ୍ତି । ଖବର ମୁତାବକ, ଘର ପଛପଟେ ଖେଳୁଥିବା ସମୟରେ ଖୋଳାଯାଇଥିବା ୫୦ଫୁଟ ବୋରୱେଲ୍ ଭିତରକୁ ହଠାତ୍ ଶିଶୁକନ୍ୟା ଟି ଖସି ପଡିଥିଲା । ଏହାପରେ ଘରଲୋକ ଖୋଜାଖୋଜି ପରେ ଜାଣିବାକୁ ପାଇଥିଲେ ଯେ, ଶିଶୁ ଟି ବୋରଓ୍ବେଲ ଭିତରେ ପଡିଯାଇଛି । ଏହାପରେ ଏନଡିଆରଏଫ୍ ଟିମ୍, ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶନିବାର ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।