Pratidin TV

Odisha's Digital News Platform

କାଳ ହେଲା ଶେଷ ରଜ , ପୋଖରୀରେ ବୁଡି ଆଖିବୁଜିଲେ କୁଆଁରୀ

1 min read

ଭଦ୍ରକ : କାଳ ହେଲା ଶେଷ ରଜ। ରଜ ପାଇଁ ଗାଧୋଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ । ରଜ ସଜ ପଡିଲା ମଳିନ ଗାଁରେ ଶୋକର ବାତାବରଣ । ପାଣିକୋଇଲି ଥାନା ଅନ୍ତର୍ଗତ ନୁରୁଗାଁ ଗ୍ରାମରେ ଥିବା କାଳଭୈରବି ପୋଖରୀରେ ବୁଡି ଜଣେ ଯୁବତୀ ମୃତ ହୋଇଥିବା ଘଟଣା ଏବେ କୋରେଇ ବାସୀଙ୍କୁ ଆଘାତ ଦେଇଛି ।

ସୂଚନା ମୁତାବକ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ତାଳପଦା ଗ୍ରାମର ରବିନ୍ଦ୍ର ଯେନାଙ୍କ ଝିଅ ରଶ୍ମିତା ଯେନା ନିଜ ଭାଉଜ ଘର ପାଣିକୋଇଲି ଥାନା ଅନ୍ତର୍ଗତ ନୁରୁଗାଁକୁ ରଜ ବୁଲିବାକୁ ଆସିଥିଲେ । ଯୁବତୀ ଜଣକ ସାଙ୍ଗ ସାଥିଙ୍କ ସହ ସେହି ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବା ସମୟରେ ପୋଖରୀ ତୁଠରେ ତାଙ୍କ ଗୋଡ ଖସିଯିବାରୁ ହଠାତ ସେ ପୋଖରୀରେ ବୁଡି ଯାଇଥିଲେ।

Advertisement

ସାଙ୍ଗ ସାଥି ଚେଷ୍ଟା କରି ବିଫଳ ହେବା ପରେ ପାଟିକରି ଗାଁ ଲୋକଙ୍କୁ ଉଦ୍ଧାର ପାଇଁ ଡାକିଥିଲେ ମାତ୍ର ପୋଖରି ର ଗଭୀରତା ଯୋଗୁଁ ଗ୍ରାମ ବାସି ମଧ୍ୟ ଖୋଜି ପାଇ ନ ଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ଯୁବତୀଙ୍କୁ ପୋଖରୀ ରୁ ଉଧାର କରି ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *