Pratidin TV

Odisha's Digital News Platform

ଏକାସାଙ୍ଗେ କରୁଥିଲେ ୨ ଜଣଙ୍କୁ ଡେଟ୍ : ଧରାପଡିବା ପରେ ୨ ପ୍ରେମିକଙ୍କ ସାମ୍ନାରେ କୁଅକୁ ଡେଇଁଲେ ପ୍ରେମିକା ..

1 min read

ନୂଆଦିଲ୍ଲୀ : ନିକଟରେ ଏକ ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକାଙ୍କ ଘରେ ହୋଇଛି ହାଇଡ୍ରାମା । ଏକାସଙ୍ଗେ ପ୍ରେମିକା ଘରେ ପହଂଚିଥିଲେ ୨ ବୟଫ୍ରେଣ୍ଡ୍ ଓ ପ୍ରେମିକ । ଏହା ଦେଖି କୂଅକୁ ଡେଇଁ ପଡ଼ିଥିଲେ ଯୁବତୀ ।

ତେବେ ଆଜିକାଲି ବହୁ ଥର ପ୍ରେମରେ ପ୍ରତାରଣା ହେଉଥିବା ନଜର ଆସୁଛି । ଯୁବକ ହେଉ କି ଯୁବତୀ ଜଣଙ୍କୁ ପ୍ରେମ କରି ଅନ୍ୟ ଜଣଙ୍କୁ ବିବାହ କରୁଥିବା ମଧ୍ୟ ନଜର ଆସୁଛି । ବେଳେ ବେଳେ ଏମିତି କିଛି ଘଟଣା ମଧ୍ୟ ଧରା ପଡିଯାଇଥାଏ । ଯାହାଦ୍ୱାରା ଘଟଣା ସ୍ଥଳରେ ସ୍ଥାନ କାଳ ପାତ୍ର ନଦେଖି ପ୍ରେମ ପାଇଁ ହାଇଡ୍ରାମା ଆରମ୍ଭ ହୋଇଯାଏ । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ବିତୁଲର ବରଦେହି ଥାନା ଅଂଚଳରେ ଏହି ଘଟଣା ଘଟିଛି ।ଏକାସଙ୍ଗେ ପ୍ରେମିକା ଘରେ ଏକ୍ସ-ବୟଫ୍ରେଣ୍ଡ୍ ଓ ପ୍ରେମିକ ପହଂଚି ହାଇଡ୍ରାମା କରିଛନ୍ତି । ଶେଷରେ ଉପାୟ ଶୂନ୍ୟ ହୋଇ କୂଅକୁ ଡେଇଁ ପଡ଼ିଲା ପ୍ରେମିକା ।

ସୂଚନାଅନୁଯାୟୀ ଏକାସଙ୍ଗେ ଯୁବତୀଙ୍କ ଏକ୍ସ-ବୟଫ୍ରେଣ୍ଡ୍ ଓ ପ୍ରେମିକ ତାଙ୍କ ଘରେ ପହଂଚି ଝଗଡ଼ା କରିଥିଲେ । ସେ ଦୁହିଁଙ୍କ ସହ କଥା ହେଉଥିବା ନେଇ , ପ୍ରକୃତରେ ସେ କାହା ସହ ରିଲେସନଶିପ୍‌ରେ ଅଛନ୍ତି, ସତ କହିବା ପାଇଁ ସେମାନେ ଯୁବତୀଙ୍କୁ ଧମକ ଦେଇଥିଲେ । ଏହାପରେ ଝଗଡ଼ା ଆରମ୍ଭ ହୋଇଥିଲା । ଏପରିକି ସେମାନେ ଯୁବତୀଙ୍କୁ ଠେଲାପେଲା ମଧ୍ୟ କରିଥିଲେ । ଶେଷରେ ଉପାୟ ଶୂନ୍ୟ ହୋଇ ଯୁବତୀ ଜଣକ କୂଅକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକ ଏହାଦେଖି ତୁରନ୍ତ କୂଅରୁ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସେପଟେ ଗାଁଲୋକେ ଯୁବକ ଦୁଇ ଜଣଙ୍କୁ ଧରି ପୋଲିସ୍ ଜିମା ଦେଇଛନ୍ତି । ଘଟଣାକୁ ନେଇ ଯୁବତୀଙ୍କ ବାପା ବରଦେହି ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବା ଲାଗି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *