Pratidin TV

Odisha's Digital News Platform

ଜନଗହଳିପୂର୍ଣ୍ଣ ସ୍ଥାନରୁ ଯୁବତୀ ଅପହରଣ, ଦେଖଣାହାରୀ ସାଜିଲେ ସ୍ଥାନୀୟ ଲୋକେ…

1 min read

ଜନଗହଳିପୂର୍ଣ୍ଣ ସ୍ଥାନରେ ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ । ଦୁଇ ମାକ୍ସପିନ୍ଧା ଯୁବକ ଯୁବତୀଙ୍କୁ ଅପହରଣ କରୁଥିଲେ । ଆଉକେଲାକ ସାଜିଥିଲେ ଦେଖଣାହାରୀ । ହେଲେ କେହି କିଛି ବି କହୁନଥିଲେ । ହେଲେ ଏହି ଘଟଣା ବେଳର ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଛି । ତେବେ ଏ ଘଟଣାଟି ହେଉଛି ମଧ୍ୟପ୍ରଦେଶ ଟାଉନ୍ ଗ୍ୱାଲିଅରର ।

ସୂଚନା ମୁତାବିକ ସୋମବାର ଦିନ ଦୁଇଜଣ ମାସ୍କପିନ୍ଧା ଯୁବକ ଜଣେ ୧୯ ବର୍ଷର ବାଳିକାକୁ ପେଟ୍ରୋଲ ପମ୍ପରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଦୁଇଜଣ ଯୁବକ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ଦୁଇ ଚକିଆ ଯାନରେ ବସାଇ ନେଇଯାଉଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ମୁହଁରେ କେବଳ ମାକ୍ସ ପିନ୍ଧିଥିଲେ । ଭାଇରାଲ ହୋଇଥିବା ଭିଡିଓରୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସେପଟେ ଅପହରଣ ପରେ ଯୁବତୀଙ୍କ ପରିବାର ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲେ । ତେବେ ପୋଲିସର ସୂଚନାନୁସାରେ, ମୋଟରସାଇକେଲରେ ଦୁଇଜଣ ଯୁବକ ଗ୍ୱାଲିଅରର ନାକା ଚନ୍ଦ୍ରଭାଦନୀ ଗ୍ୟାସ ଷ୍ଟେସନ ନିକଟରେ ଜଣେ ମହିଳାଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ପରେ ତାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଖୋଜିବାକୁ ଉଦ୍ୟମ ଚାଲିଛି ।

Leave a Reply

Your email address will not be published. Required fields are marked *