Pratidin TV

Odisha's Digital News Platform

(ଭିଡିଓ)ହାତ,ଗୋଡ ଓ ମୁହଁ ବନ୍ଧା ଅବସ୍ଥାରେ ଆବର୍ଜନା ଗୃହରୁ ଉର୍ଦ୍ଧାର ହେଲେ କଲେଜ୍ ଛାତ୍ରୀ ..

ସାଲେପୁର : ସାଲେପୁର ଚିତ୍ରୋପଳା ନଦୀପଠାରେ ହାତଗୋଡ଼ ଓ ମୁଁହ ବନ୍ଧା ହୋଇ ଅଚେତ ଅବସ୍ଥା ରେ ଆବଜନା ଗୃହ ମଧ୍ୟରେ ପଡିଥିବା ଜଣେ ନାବାଳିକା କଲେଜ ଛାତ୍ରୀକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ମେଡ଼ିକାଲ ରେ ଭର୍ତ୍ତି କରିଥିବା ଜଣାଯାଇଛି।

ଏହି ଛାତ୍ରୀ ଜଣକ ସାଲେପୁର କଲେଜର +୨ ପ୍ରଥମ ଶ୍ରେଣୀ ବିଜ୍ଞାନ ବିଭାଗ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କ ଓନିରେ କଏହି ତାଙ୍କ ମୁହଁ,ହାତ,ଏବଂ ଗୋଡ ବାନ୍ଧି ଅସସହାୟ ଅବସ୍ଥାରେ ପକାଇଦେଇଯାଇଥିଲା । ଜଣେ ଚାଷୀ ସେହି ବାଟ ଦେଇ ଯାଉଥିବା ବେଳେ ଛାତ୍ରୀଙ୍‌କୁ କଲେଜ୍ ୟ୍ୟୁନିଫର୍ମରେ ଏପରି ଅବସ୍ଥାରେ ଦେଖି କଲେଜ୍ ଯ।ଇ ଜଣାଇଥିଲେ । ଖବର ଶୁଣି କଲେଜ୍ କତ୍ତୃପକ୍ଷ ଏବଂ କଲେଜ ଛାତ୍ରଛାତ୍ରୀ ଆସି ତାଙ୍କୁ ଉଦ୍ଧାର କରିଥିଲେ ।

ତେବେ ଏହି ଛାତ୍ରୀ ଜଣକ ନିୟମିତ ବସ ଯୋଗେ ଘରୁ କଲେଜ କୁ ଜାତାୟତ କରନ୍ତି। ମଙ୍ଗଳବାର କଲେଜ ଛୁଟି ହେବାପରେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ନଦୀ ପଠାକୁ ଆସିଲା କିଏ କେଉଁ ଉଦେଶ୍ୟ ରଖି ଛାତ୍ରୀ ଜଣଙ୍କର ହାତଗୋଡ଼ ଓ ମୁହଁ ବାନ୍ଧି ଅଚେତ ଅବସ୍ଥାରେ ନଦୀପଠାରେ ଫିଙ୍ଗି ଦେଲେ ତାହା ତଦନ୍ତ ସାପେକ୍ଷ। ଅପରପକ୍ଷରେ ଛାତ୍ରୀ ର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ମେଡିକାଲକୁ ପଠାଇଦିଆ ଯାଇଛି। ସୂଚନା ପାଇ ସାଲେପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ରିଙ୍କୁ ଉଦ୍ଧଅର ସମୟରେ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଏବଂ ବ୍ୟାଗ୍ ମିଳିଥିଲା ।

Leave a Reply

Your email address will not be published. Required fields are marked *