Pratidin TV

Odisha's Digital News Platform

କେହି ନଥିବା ବେଳେ ହଷ୍ଟେଲରେ ଝୁଲି ପଡିଲେ ଛାତ୍ରୀ, ଭୁବନେଶ୍ୱରରେ ରହି ପଡୁଥିଲେ ଡାକ୍ତରୀ ପାଠ

1 min read

ଭୁବନେଶ୍ୱର: ରାଜଧାନୀରେ ଚାଂଚଲ୍ୟ । ହଷ୍ଟେଲ ଭିତରୁ ଉଦ୍ଧାର ହେଲା ଡାକ୍ତରୀ ଛାତ୍ରୀଙ୍କ ମୃତ ଦେହ । ନିଜ ଓଢ଼ଣୀ ଲଗାଇ ଝୁଲି ପଡିଛନ୍ତି ଛାତ୍ରୀ । ତେବେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଜୀବନ ହାରିଥିବା ସନ୍ଦେହ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭକରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ମୃତ ଛାତ୍ରୀ ଜଣଙ୍କ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି । ସେ ବିଡିଏସ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଭୁବନେଶ୍ୱରରେ ରହି ଘରୋଇ ମେଡ଼ିକାଲ କଲେଜରେ ଦାନ୍ତ ବିଭାଗରେ ପାଠ ପଢ଼ୁଥିଲେ । ହଷ୍ଟେଲ ରୁମରେ କେହି ନଥିବା ବେଳେ ସେ ନିଜ ଜୀବନ ହାରିଥିବା ଜଣା ପଡିଛି । ଏ ନେଇ ପରିବାର ଲୋକଙ୍କୁ ଫୋନ କରିଛି ପୋଲିସ । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଏଭଳି ପନ୍ଥା ଆପଣାଇଲେ ତାର ତଦନ୍ତ କରୁଛି ପୋଲିସ । ମାନସିକ ଚାପରେ ସେ ଏଭଳି କାମ କରିଥିବା ସନ୍ଦେହ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *