Pratidin TV

Odisha's Digital News Platform

ନିହାରିକା ପାଇଂ ନାରକୀୟ କାଣ୍ଡ ; ପ୍ରଥମ ପ୍ରେମିକ ସହ ମିଶି ୨ୟ ପ୍ରେମିକର ଜୀବନ ନେଇଗଲା ପ୍ରେମିକା ।

1 min read

ଭୁବନେଶ୍ୱର ; ନିହାରିକା ପାଇଁ ଘଟିଲା ନାରକୀୟ କାଣ୍ଡ । ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଲା ମୁଣ୍ଡ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ । ଖଣ୍ଡା ଚୋଟରେ ଗଡ଼ିଲା ପ୍ରେମିକଙ୍କ ମୁଣ୍ଡ , ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା । ତେବେ ଅଞ୍ଜନ ଏକ କ୍ୟାଟରିଂ ସଂସ୍ଥାରେ କାମ କରନ୍ତି । ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀରେ ବୋଲି ଜଣାପଡିଛି । ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଏକ ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ ।

ନିହାରିକାଙ୍କ ପୁରୁଣା ପ୍ରେମିକ ପିଙ୍କୁ ତାଙ୍କ ନୂଆ ପ୍ରେମିକ ଅଞ୍ଜନଙ୍କୁ ଖଣ୍ଡାରେ ହାଣିଥିବା ସନ୍ଦେହ କରାଯାଉଛି । ରାତି ପ୍ରାୟ ୨ ଟା ବେଳେ ଘଟିଥିଲା ଏଭଳି ଅଘଟଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ବେଳେ ଅଞ୍ଜନଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଯୁବତୀ ଓ ପୁରୁଣା ପ୍ରେମିକ ଫେରାର ହୋଇଯାଇଛନ୍ତିି । ହତ୍ୟା କରିଥିବା ଯୁବକ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *