ପ୍ରକାଶିତ ହେଲା ଓଜେଏସ ପରୀକ୍ଷା ଫଳାଫଳ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଝିଅ…
1 min readପ୍ରକାଶ ପାଇଲା ଓଜେଏସ ର ଫଳାଫଳ । ଏଥର ପୁଣି ପୁଅଙ୍କୁ ମାତ ଦେଲେ ଝିଅ । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ରହିଛନ୍ତି ଝିଅ ଓ ଆଉ ଦୁଇ ଜଣ ପୁଅ । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ୫୭ଟି ଓଜେଏସ ପଦ ପାଇଁ ମେ ୨୧ ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା । ତେବେ ଆଜି ତାର ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ପରୀକ୍ଷାରେ ମୋଟ ୫୫ ଜଣ ପରୀକ୍ଷାର୍ଥି ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି । ଏବଂ ଓଜେଏସରେ ଟପ୍ପର ହୋଇଛନ୍ତି ସୁଶ୍ରିତା ମିଶ୍ର । ତାଙ୍କ ପରେ ନିଲିଶା ପଟ୍ଟନାୟକ ଦ୍ୱିତୀୟ ସ୍ଥନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଅନନ୍ୟା, ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ, ପଂଚମ ସ୍ଥାନରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ଏବଂ ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର ରହିଥିବା ବେଳେ ଅଷ୍ଟମ ସ୍ଥାନରେ ଏସ,ଆର.ତୋଷାଳୀ ରହିଛନ୍ତି । ତେବେ ମୋଟ ପାସ କରଥିବା ପରୀକ୍ଷାର୍ଥୀ ମଧ୍ୟରୁ ୩୯ ଜଣ ଝିଅ ରହିଥିବା ବେଳେ ବାକି ୧୬ ଜଣ ପୁଅ ଅଛନ୍ତି ।