Pratidin TV

Odisha's Digital News Platform

ଲୋକଙ୍କ ଆଖିରୁ ହଟିଯିବ ଚଷମା ! ଆଇ ଡ୍ରପ୍‌କୁ ଭାରତରେ ମିଳିଲା ଅନୁମତି, ଜାଣନ୍ତୁ କେତେ ରହିଛି ଦାମ…

1 min read

ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହେଉ ଅବା ପଢ଼ିବା ପାଇଁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିଥାଉ | ତେବେ ଆଉ ଚଷମା ପିନ୍ଧିବାକୁ ପଡ଼ିବ ନାହିଁ। କାରଣ ଏହି ସମସ୍ୟାକୁ ଦୂର କରିବା ପାଇଁ ଆସିଯାଇଛି ସ୍ୱତନ୍ତ୍ର ଆଇ ଡ୍ରପ। ଏହି ଆଇ ଡ୍ରପ୍‌ ଚଷମାର ସ୍ଥାନ ନେବ। ଉକ୍ତ ଆଇ ଡ୍ରପ୍‌କୁ ଭାରତ ସରକାରଙ୍କ ଡିସିଜିଆଇ ବ୍ୟବହାର ପାଇଁ ଅନୁମତି ଦେଇଛି। ଅକ୍ଟୋବରରୁ ଏହା ୩୫୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, ମୁମ୍ବାଇର ଏଣ୍ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରିଥିବା ପ୍ରେସ୍‌ଭୁ ଆଇଡ୍ରପ୍‌ସ ଚାଳିଶାଜନିତ ଦୃଷ୍ଟିଦୋଷ (ପ୍ରେସ୍‌ବିଓପିଆ) ଚିକିତ୍ସା ପାଇଁ ବ୍ୟବହାର କରାଯିବ। ଏହାର ନାଁ PresVu Eye Drops ରହିଛି। Presbyopia ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯିବ। ଅର୍ଥାତ ପଢ଼ିବା ପାଇଁ ବ୍ୟବହାର ହେଉଥିବା ଚଷମା ବଦଳରେ ଏହି ଆଇ ଡ୍ରପକୁ ବ୍ୟବହାର କରାଯାଇ ପାରିବ। ଏହି ସମସ୍ୟାରେ ପୂରା ବିଶ୍ୱରେ ୧୦୯ କୋଟିରୁ ୧୮୦ କୋଟି ଲୋକ ପୀଡ଼ିତ।

Advertisement

Presbyopia ସାଧାରଣତଃ ବୟସ ବଢ଼ିବା ସହ ସୃଷ୍ଟି ହୋଇଥାଏ। ଏଥିଯୋଗୁ ପାଖ ଜିନିଷରେ ଫୋକସ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା ପ୍ରାୟ ୪୦ରୁ ବର୍ଷରୁ ଆରମ୍ଭ ହୋଇ ୬୦ ବର୍ଷ ଅତିକ୍ରମ କରିବା ଯାଏ ରହିଥାଏ।

କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା (ସିଡିଏସ୍‌ସିଓ) ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି)ର ସୁପାରିସ କ୍ରମେ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିଜିସିଆଇ)ଠାରୁ ଏଣ୍ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସ ଚୂଡ଼ାନ୍ତ ଅନୁମୋଦନ ହାସଲ କରିଛି। ଚଷମା ଆବଶ୍ୟକତା ଦୂର କରିବାରେ ଭାରତରେ ଏହା ପ୍ରଥମ ଆଇଡ୍ରପ୍‌ ହେବାକୁ ଯାଉଛି। ଆଇଡ୍ରପ୍‌ର ଅତ୍ୟାଧୁନିକ ଟେକ୍‌ନୋଲୋଜି ଯୋଗୁ ଏହାକୁ ଦୀର୍ଘ ବର୍ଷ ଯାଏ ସୁରକ୍ଷିତ ଏବଂ ଫଳପ୍ରଦ ଭାବେ ବ୍ୟବହାର କରାଯାଇପାରିବ।

Leave a Reply

Your email address will not be published. Required fields are marked *