ଚାଷ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ, ଚାଷ ଜମିରେ ସାର ଓ କୀଟ ନାସକ ସ୍ପ୍ରେ କରୁଛି ଡ୍ରୋନ..
1 min readଚାଷକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ। ନୂଆ ଜ୍ଞାନ କୌଶଳ ବ୍ୟବହାର କରି ନୂଆ ନୂଆ ଉନ୍ନତ ମାନର ଚାଷ କାର୍ଯ୍ୟ କରୁଛନ୍ତି ଚାଷୀ ।ଯାହାଦ୍ୱାରା ସ୍ୱଳ୍ପ ସମୟରେ କମ ଖର୍ଚ୍ଚ ରେ ହେବେ ମାଲାମାଲ ।ଏବେ ଚାଷ କ୍ଷେତ୍ରରେ ବି ହେଉଛି ଡ୍ରୋନ ବ୍ୟବହାର ।ଚାଷ ବିଲରେ ଉଡି ବୁଲୁଛି ଡ୍ରୋନ ।ଏବଂ ହେକ୍ଟର ହେକ୍ଟର ଜମି ରେ ସ୍ପ୍ରେ କରୁଛି ବିଭିନ୍ନ ସାର ଓ କୀଟ ନାସକ । ତାହା ପୁଣି ଖୁବ କମ ସମୟ ଏବଂ କମ ଖର୍ଚ୍ଚ ରେ , ଯାହା ଏବେ ଚାଷୀ ଙ୍କ ପାଇଁ ଆଣିଦେଇଛି ଚାଷ କରିବାରେ ବହୁ ସୁବିଧା ।
ହଁ ଆଜ୍ଞା ଏମିତି କିଛି ଡ୍ରୋନ ଫାଂର୍ମିଙ୍ଗ ର ଦୃଶ୍ୟ ଆପଣ ମାନେ ହୁଏତ ବିଭିନ୍ନ ଟିଭି ପରଦା ରେ ବାହାର ଦେଶ ରେ ହେଉଥିବା ଦେଖିଥିବେ , କିନ୍ତୁ ଏବେ ଏମିତି ଡ୍ରୋନ ଫାଂର୍ମିଙ୍ଗ ଦେଖିବାକୁ ମିଳୁଛି ଓଡ଼ିଶାରେ ଏବଂ ଏ ହେଉଛି କଟକ ଜିଲ୍ଲା ବାଙ୍କୀ କଳାପଥର ର ଚାଷ ଜମିର ଦୃଶ୍ୟ । ଯାହାକୁ ଇଫକୋ କମ୍ପାନୀ ଏବଂ କଳାପଥର ସମବାୟ ସମିତି ର ସହଭାଗୀତା ରେ ପହଞ୍ଚି ପାରିଛି ବାଙ୍କୀ ର ଚାଷୀ ଙ୍କ ପାଖରେ |
ଏବଂ ଚାଷୀ ମାନଙ୍କ ର କେବଳ ଗୋଟିଏ ଫୋନ କଲ ରେ ପାଖରେ ପହଞ୍ଚି ଯାଉଛି ଡ୍ରୋନ ଇଭି ଭେହିକେଲ । ଏବଂ ସାର କୀଟନାସକ ସହ ଜମି ରେ ସ୍ପ୍ରେ କରିବା ଖର୍ଚ୍ଚ ରୁ ମଧ୍ୟ 25% ଦେୟ ଦେଉଛି ଇଫକୋ କମ୍ପାନୀ । ଅନ୍ୟପଟେ ଏଥିପାଇଁ ବେଶ ସୁବିଧା ପାଇବା ସହ ଏହି ଉନ୍ନତ କୌଶଳ ର ଫାଇଦା ଉଠାଇ ଅଧିକରୁ ଅଧିକ ଚାଷ କରିପାରିବୁ ବୋଲି କହିଛନ୍ତି ସ୍ଥାନୀୟ ଚାଷୀ ।