Pratidin TV

Odisha's Digital News Platform

ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ବଡ ଦାୟିତ୍ୱ : ବିଶ୍ୱ ବ୍ୟାଙ୍କର ମୁଖ୍ୟ ବନିଲେ ‘ଅଜୟ ବଙ୍ଗା’ ..

1 min read

ନୂଆଦିଲ୍ଲୀ : ପୁଣି ଗର୍ବରେ ଫୁଲିଲା ଭାରତର ଛାତି । ଦେଶକୁ ପୁଣି ଗୌରବମୟ କଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଏଣିକି ବିଶ୍ୱ ବ୍ୟାଙ୍କର ଭାରା ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା । ୬୩ ବର୍ଷୀୟ ଅଜୟ ବଙ୍ଗା ବର୍ତ୍ତମାନ ଇକ୍ବିଟି ଫାର୍ମ ଜେନେରାଲ ଆଟଲାଣ୍ଟିକର ଉପାଧ୍ୟକ୍ଷ ଅଛନ୍ତି । ପୂର୍ବରୁ ସେ ମାଷ୍ଟରକାର୍ଡ ସିଇଓ ଥିଲେ।

ଅଜୟ ବଙ୍ଗାଙ୍କ ପାଖରେ ଅନ୍ତର୍ଜାତୀୟ କମ୍ପାନୀଗୁଡିକର ଗଠନ ଓ ପରିଚାଳନାରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି” ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି । ଏହାପୂର୍ବରୁ ଡେଭିଡ ମାଲପାସ୍ ବିଶ୍ବବ୍ୟାଙ୍କ ମୁଖ୍ୟ ଥିଲେ । ଗତ ସପ୍ତାହରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି । ଯାହା ଫଳରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମାଷ୍ଟରକାର୍ଡର ପୂର୍ବତନ ସିଇଓ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଅଜୟ ବଙ୍ଗାଙ୍କୁ ବିଶ୍ବବ୍ୟାଙ୍କର ମୁଖ୍ୟ ଭାବେ ମନୋନୀତ କରିଛନ୍ତି ।

Advertisement

ଏନେଇ ବାଇଡେନ ବୟାନରେ କହିଛନ୍ତି ଯେ, ଅଜୟ ବଙ୍ଗାଙ୍କ ନିକଟରେ ଅନ୍ତର୍ଜାତୀୟ କମ୍ପାନୀ ଗୁଡିକ ସହ କାର୍ଯ୍ୟ କରିବାର ଭଲ ଅଭିଜ୍ଞତା ରହିଛି । ବିଶ୍ବବ୍ୟାଙ୍କର ନେତୃତ୍ବ ନେବାରେ ସେ ସମ୍ପୂର୍ଣ୍ଣ ରୂପେ ସକ୍ଷମ ।

Leave a Reply

Your email address will not be published. Required fields are marked *