ଗୋଆ ସି ବିଚରେ ମିଳିବ ଭାତ ଓ ମାଛ ତରକାରୀର ମଜା…
1 min readଲୋକମାନେ ସାଧାରଣତଃ ଗୋଆ ସି ବିଚ୍ ବୁଲିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ସେଠାକାର ସୁନ୍ଦର ବାତାବରଣ ସହ ସମୁଦ୍ର କୂଳରେ ଗାଧୋଇବାର ମଜା ଏବଂ ସି ଫୁଡର ମଜା ସତରେ ନିଆରା । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଏହା ଅନ୍ୟତମ । ଏଠାକୁ ଅନ୍ୟାନ୍ୟ ରାଜ୍ୟ ତଥା ଦେଶର ବିଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ମାନେ ବୁଲିବା ପାଇଁ ଆସିଥାନ୍ତି । ତେବେ ସେହି ଗୋଆ ସି ବିଚକୁ ନେଇ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଗୁରୁତ୍ୱପୂନ୍ର୍ଣ ଖବର ସାମ୍ନାକୁ ଆସିଛି । କୁହାଯାଇଛି ଯେ ବର୍ତ୍ତମାନ ଗୋଆର ସି ବିଚରେ ମିଳିବ ମାଛ ଭାତର ମଜା । ସମୁଦ୍ର କୂଳରେ ଥିବା ସମସ୍ତ ଦୋକାନରେ ମାଛ ଏବଂ ଭାତ ବିକ୍ରୟ କରିବା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର । ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ରାଜ୍ୟର ମୁଖ୍ୟ ଖାଦ୍ୟକୁ ପ୍ରୋତ୍ସାହିତ କରିବ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଗୋଆର ମୁଖ୍ୟ ଖାଦ୍ୟ ଉପଭୋଗ କରିପାରିବେ । ତେବେ ଗୋଆର ସମୁଦ୍ର କୂଳରେ ଅବସ୍ଥିତ ଦୋକାନଗୁଡ଼ିକୁ ବର୍ତ୍ତମାନ ଅନ୍ୟ ଖାଦ୍ୟ ସହିତ ମାଛ ତରକାରୀ ଏବଂ ଭାତ ପରିବେଷଣ କରିବାକୁ ପଡିବ । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ରୋହନ ଖାଉଣ୍ଟେଙ୍କ ଅନୁଯାୟୀ, ଦୋକାନୀମାନଙ୍କ ପାଇଁ ଭାରତୀୟ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ସହିତ ମାଛ ତରକାରୀ ଏବଂ ଭାତ ରହିବା ବାଧ୍ୟତାମୂଳକ ହେବ । ସେ କହିଛନ୍ତି ଯେ ମାଛ ତରକାରୀ ଏବଂ ଭାତ ହେଉଛି ରାଜ୍ୟର ମୁଖ୍ୟ ଭୋଜନ । ଏଭଳି ପରିସ୍ଥିତିରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଖାଦ୍ୟ ପରିବେଷଣ କରାଯିବା ଆବଶ୍ୟକ । ରାଜ୍ୟର ମୁଖ୍ୟ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।
ଅପରପକ୍ଷେ ଗୋଆର ସମୁଦ୍ର କୂଳରେ ଅବସ୍ଥିତ ଦୋକାନଗୁଡ଼ିକରେ ଉତ୍ତର ଭାରତୀୟ ଖାଦ୍ୟ ଉପଲବ୍ଧ ଥିଲା । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ପରେ, ବର୍ତ୍ତମାନ ଗୋଆର ଏହି ମୁଖ୍ୟ ଖାଦ୍ୟ ଦୋକାନରେ ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଗୋଆକୁ ଆସୁଥିବା ପର୍ଯ୍ୟଟକମାନେ ରାଜ୍ୟର ପ୍ରସିଦ୍ଧ ଖାଦ୍ୟ ସହିତ ପରିଚିତ ହେବେ । ସେ କହିଛନ୍ତି ଯେ ‘ଶ୍ୟାକ୍ନତୀ’ ଅନୁଯାୟୀ ରାସ୍ତାଘାଟ ତଥା ସମୁଦ୍ର କୁଳରେ ବେଆଇନ ଫାଷ୍ଟଫୁଡ ଦୋକାନ ସ୍ଥାପନ ଭଳି ସମସ୍ୟାର ସମାଧାନ ହେବ । ଯଦି ସମୁଦ୍ର କୂଳରେ କୈାଣସି ବେଆଇନ କାର୍ଯ୍ୟ କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବଂ ରାଜ୍ୟର ବିକାଶ ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ଉଦ୍ୟମ କରିବାକୁ ପଡ଼ିବ । ଯେଉଁଥିପାଇଁ ସମସ୍ତେ ଏକାଠି କାମ କରିବା ଆବଶ୍ୟକ ।