Pratidin TV

Odisha's Digital News Platform

କାର ପାଲଟିଛି ଛେଳି ଚୋରିର ନୂଆ ଫର୍ମୁଲା

ଭଦ୍ରକ : କଥାରେ ଅଛି ଚୋରର ଚଉଷଠି କଳା, ଆଜିକାଲି ଚୋର ର ମାନଙ୍କର ଚୋରୀ କରିବା ମାଧ୍ୟମ ବଦଳିଗଲାଣି । ପୂର୍ବରୁ ଚୋରମାନେ ରାତିର ଘୋର ଅନ୍ଧାରରେ ଆସି ଚୋରୀ କରୁଥିଲେ କିନ୍ତୁ ବର୍ତ୍ତମାନ ସବୁ ଡର ଭୟ ଭୁଲି ଦିନ ଦ୍ୱିପହରରେ ଚୋରୀ କରୁଛନ୍ତି ଚୋର । କାରରେ ଯାତ୍ରୀ ବଦଳରେ ନିଆଯାଉଛି ଛେଳି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଳା ସହରାଞ୍ଚଳ ଥାନା ଅଧୀନ ପୁରୁଣା ବଜାର ଅଞ୍ଚଳର।

ବାବୁମାନଙ୍କର ପରି କାରରେ ଆସି ଛେଳି ପୁରାଇ ଚମ୍ପଟ ମାରୁଛନ୍ତି । ଲୋକେ ଦେଖିଲା ପରେ ଗାଡି ଛାଡି ଛୁ ମାରୁଛନ୍ତି।ଭଦ୍ରକ କୁଆଂଶ ଅଞ୍ଚଳର ତୁଳସୀ ଦେବନାଥଙ୍କ ର ଆଜି ଗୋଟିଏ ଛେଳି ଓ ପୁର୍ବରୁ ୧୮ ଟି ଛେଳି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୪ ଗୋଟି ଛେଳିକୁ ଉଦ୍ଧାର କରିବା ସହ ସଂପୃକ୍ତ କାର କୁ ଜବତ କରି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *