Pratidin TV

Odisha's Digital News Platform

ହତ୍ୟା ନା ଆତ୍ମହତ୍ୟା : ଗୋବିନ୍ଦ ସାହୁ ବେକରେ ଗାମୁଛା ବଦଳରେ ରଶି ଦାଗ..

ଭୁବନେଶ୍ୱର : ହତ୍ୟାକାରୀର ଆତ୍ମହତ୍ୟା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ମମିତା ମେହରଙ୍କ ହତ୍ୟାକାରୀ ଭାବରେ ଗିରଫ୍ ହୋଇଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଅନେକ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । କାରଣ ମମିତାଙ୍କ ହତ୍ୟାକୁ ନେଇ ଚାଲିଥିବା ତଦନ୍ତରେ ପ୍ରଥମେ ମମିତା ମେହେରଙ୍କ ଡିଏନଏ ରିପୋର୍ଟ ତାଙ୍କ ବାପା ମା ଙ୍କ ଡିଏନଏ ସହ ମେଳଖାଉନଥିବା ଘଟଣା ସାମ୍ନାକୁ ଆସିବା ପରେ । ଗୋବିନ୍ଦଙ୍କୁ ହତ୍ୟା କରଯିବାନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ । ଏହାପରେ ୧୨ ଘଣ୍ଟା ମଧ୍ୟରେ ପୁଣି ରିପୋର୍ଟ ପରିବର୍ତ୍ତନ ହୋଇଥିଲା । ଯେଉଁଥିରେ ମମିତାଙ୍କ ଡିଏନଏ ସହ ତାଙ୍କ ବାପାମାଙ୍କ ଡିଏନ ମିଶି ଥିଲା ।

ତେବେ ଏହା ଭିତରେ ସାମ୍ନାକୁ ଆସିଛି ଗୋବିନ୍ଦଙ୍କ ପୋଷ୍ଟ ମାର୍ଟମ ଚାଲିଥିବା ସମୟର ଏକ ଫଟୋ । ଯେଉଁଥିରେ ଗୋବିନ୍ଦର ବେକରେ ଏକ ସରୁ ଦାଗ ଥିବା ଦେଖିବାକୁ ମିଳିଛି । ଏହି ଦାଗ ଦ୍ୱାରା ବେକରେ ଗାଡ ହୋଇଯାଇଥିବା ମଧ୍ୟ ସେହି ଫଟୋରୁ ଜାଣି ହେଉଛି । ତେବେ ପୂର୍ବରୁ ଗୋବିନ୍ଦ ବେକରେ ଲଗାଇ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଥିଲା । ହେଲେ ବେର୍ତ୍ତମାନ ଗୋବିନ୍ଦ ବେକର ସେହି ଦାଗ କିନ୍ତୁ କୌଣସି ରଶିର ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । ଯାହାକି ମାମଲାକୁ ଏକ ଷଡଯନ୍ତ୍ର ଭିତରକୁ ଟାଣିବାରେ ଲାଗିଛି ।

ଏହା ବ୍ୟତୀତ ଗୋବିନ୍ଦ ରହୁଥିବା ଜେଲରେ ଗଲା ୧୫ ଦିନ ଧରି କୌଣସି ସିସିଟିଭି କାମ କରୁନଥିବା ମଧ୍ୟ ଜାଣିବାକୁ ମିଳିଛି । ଗୋବିନ୍ଦର ଆତ୍ମହତ୍ୟା ସହ ଏହାକୁ ଘେରି ରହିଥିବା ପାରିପାର୍ଶିକ ସ୍ଥିତି ଏବେ ଗୋବିନ୍ଦ ମୃତ୍ୟୁକୁ ସନ୍ଦେହ ଘେରକୁ ଟାଣିଛି । ପ୍ରଥମେ ଗୋବିନ୍ଦ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଥିଲା କିଛି ଘଣ୍ଟା ବିତିବା ପରେ ଗଛ ଝରକାରେ ଓ ରଶି ଗାମୁଛାରେ ପରିଣତ ହୋଇଥିଲା ।ଏମିତିରେ ଏବେ ଆସିଥିବା ଫଟୋ ପୁଣିଥରେ ଗୋବିନ୍ଦ ମୃତ୍ୟୁକୁ ନେଇ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ହଠାତ୍ ସବୁ ସଯୋଗ କଣ ପାଇଁ ? ଜେଲରେ ସିସିଟିଭି ୧୫ ଦିନ ପୂର୍ବରୁ କାହିଂକି ଅଚଳ ହୋଇଯାଇଥିଲା ?ଯଦି ସିସିଟିଭି କାମ କରୁଥିଲା ତେବେ କଣ କ୍ରାଇମବ୍ରାଞ୍ଚକୁ ଏହାର ଫୁଟେଜ୍ ହସ୍ତାନ୍ତର କରାଯାଇଛି କି !କଣ ପାଇଁ ସମସ୍ତ ତଥ୍ୟକୁ ସାର୍ବଜନିନ କରିବାକୁ ଡରୁଛି ପୁଲିସ ?

ପୁଲିସର ସୂଚନା ଅନୁଯାୟୀ ଗୋବିନ୍ଦ ମାଂସ କଟା ଏକ କାଠରେ ଛିଡାହୋଇ ଆତ୍ମହତ୍ୟା କରିଛି । ତେବେ ସେହି କାଠର ଓଜନ ୩୨ କେଜି ରହିଥିବା ବେଳେ କିଭଳି ଗୋବିନ୍ଦ ତାକୁ ଏକାକି ଉଠାଇ ଆଣିଲା ତାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ତେବେ ଗୋବିନ୍ଦ ମୃତ୍ୟୁକୁ ଦୀର୍ଘ ୪ଦିନ ବିତିଥିବା ବେଳେ ଏହାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *