ଗୋଦରେଜ୍ ଲା’ଆଫେୟାର ପକ୍ଷରୁ ପିତୃ ଦିବସ ପାଳିତ
1 min readଭୁବନେଶ୍ୱର: ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଲାଇଫଷ୍ଟାଇଲ୍ ପ୍ଲାଟଫର୍ମ ଗୋଦରେଜ୍ ଲା’ ଆଫେୟାର ପକ୍ଷରୁ ସହଯୋଗୀ କଂପାନିଗୁଡ଼ିକ ସହିତ ମିଶି ପିତୃ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ କାରୋଓକ୍ ଅଧିବେଶନ ଥିଲା ଯେଉଁଥିରେ ବାସିନ୍ଦାମାନେ ନିଜ ସମୟର ଆତ୍ମାକୁ ଛୁଇଁଯିବା ଭଳି ଗୀତରେ ନିଜକୁ ହଜାଇ ଦେବା ସହ ନିଜର ଲୁପ୍ତ ପ୍ରତିଭାକୁ ପ୍ରକାଶ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଇନ୍ଫ୍ଲୁଏନ୍ସର ସିମୋନ ଖମ୍ବାଟା, ଅଲିସ ଅର୍ସିୱାଲା, ରିଚା ବର୍ମା ଓ ଜିଶାନ ଶ୍ରୀସଥ୍ଙ୍କ ଏଥିରେ ଅଂଶଗ୍ରହଣ କରିଥିଲେ । ଜୋକ୍ସ, ନୃତ୍ୟ ଓ କୌତୁକ ଖେଳ ଜରିଆରେ ସେମାନେ ବାସିନ୍ଦାମାନଙ୍କ ସହ ଯୋଡ଼ି ହୋଇ ଖୁସି ବାଂଟିଥିଲେ । କେକ କଟାଯାଇଥିଲା ଓ ଉପହାର ମଧ୍ୟ ଦିଆଯାଇଥିଲା । ଏକ ଫଟୋସୁଟ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ଗୋଦରେଜ୍ ଗ୍ରୁପ୍ର ଚିଫ୍ ବ୍ରାଣ୍ଡ୍ ଅଫିସର ଓ କାର୍ଯ୍ୟନିର୍ବାହୀ ନିର୍ଦେଶକ ତାନ୍ୟା ଦୁବାଶ କହିଛନ୍ତି ଯେ, “ଯଦିଓ ସବୁ ଦିନ ହେଉଛି ଆମ ପିତାଙ୍କୁ ଭଲ ପାଇବା ଓ ସ୍ମୃତିଚାରଣ କରିବାର ସମୟ, କିନ୍ତୁ ଏକ ସ୍ୱତନ୍ତ୍ର ଦିନରେ ଆମ ଜୀବନରେ ବାପାଙ୍କ ଗୁରୁତ୍ୱ କ’ଣ ତାହା ଜଣାଇବା ଲାଗି ଆମକୁ ସୁଯୋଗ ମିଳେ । ହେଲ୍ପଏଜ୍ ଇଣ୍ଡିଆର ମହାରାଷ୍ଟ୍ର ଓ ଗୋଆ ମୁଖ୍ୟ ପ୍ରକାଶ ନାରାୟଣ ବାର୍ଗାଓଁକର କହିଛନ୍ତି ଯେ, “ଗେରିୟାଟ୍ରିକ୍ କେୟାର ସେଂଟରର ସମସ୍ତ ବାସିନ୍ଦାଙ୍କୁ ଖୁସିରେ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ହୃଦୟ ଖୁସିିରେ ଭରି ଯାଇଥିଲା । ଏହି ଉତ୍ସବ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଭଲ ପାଇବା ଓ ସହାୟତା ଭଳି ଅନୁଭବ ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଥିବା ଏଜେନ୍ସି୯ର ଆଇଡିଆ ସ୍ଲପ୍ଚର ଚୌତାଳି ରାଜାଧ୍ୟକ୍ଷ କହିଛନ୍ତି ଯେ, “ଆଜି ଭାବାବେଗ ଉଚ୍ଚ ସ୍ତରରେ ଥିଲା । ସେମାନଙ୍କ ନିରୀହ ଚେହୋ ଦେଖିବା ଆମ ସମସ୍ତଙ୍କ ପାଇଁ ଆତ୍ମସନ୍ତୁୁଷ୍ଟି ଭରା ଥିଲା ।