Pratidin TV

Odisha's Digital News Platform

ବଜାରକୁ ଆସିଲା ସୁନା ଚାନ୍ଦିର ଗୁପ୍‌ଚୁପ୍ , ଖଟା ପାଣି ବଦଳରେ ଦିଆ ଯାଉଛି ଏହି ଜିନିଷ …

1 min read

ଗୁପଚୁପ ନାଁ ଶୁଣିବା ମାତ୍ରେ ଅଧିକାଂଶଙ୍କ ପାଟିରୁ ଲାଳ ବାହାରେ। ବିଭିନ୍ନ ସ୍ଥାନ ନେଇ ଏହାର ଭିନ୍ନ ଭିନ୍ନ ନାଁ ଯେପରି ପାନିପୁରୀ, ଫୁଲକୀ, ପୁଚକା, ଗୋଲଗପେ ରହିଛି। ନାଁ ଯେମିତି ତାହାର ଆଦର ମଧ୍ୟ ଠିକ ସେମିତି । ବିବାହ ହେଉକି ଭୋଜିଭାତ ସବୁଠି ରହିଛି ଏହାର ଡିମାଣ୍ଡ । ପିଲାଠୁ ବୁଢା ସଭିଙ୍କର ପ୍ରଥମ ପସନ୍ଦ ଗୁପ୍ଚୁପ । ଖଟା ପାଣି ସାଙ୍ଗକୁ ଗୁପ୍ଚୁପ ଖାଇବାରେ ଥାଏ ଅଲଗା ପ୍ରକାର ଆନନ୍ଦ । ସାଧାରଣତଃ ଏହାକୁ ତେନ୍ତଳି ପାଣି, ପୁଦିନା ପାଣି କିମ୍ବା ଖଟାମିଠା ପାଣି ସହ ଖିଆଯାଏ। ଗୁପଚୁପ ଭିତରେ ଥାଏ ଆଳୁର ଚଟପଟି ଚଟଣି। ହେଲେ ଏବେ ବଜାରକୁ ଆସିଛି ନିଆରା ଗୁପ୍ଚୁପ । ଏହା ସୁନା ଆଉ ଚାନ୍ଦିରେ ତିଆରି ହୋଇଛି । ଗଜୁରାଟ ର ଜଣେ ଗୁପ୍ଚୁପ ବିକ୍ରେତା ଭିନ୍ନ ଧରଣର ଗୁପଚୁପ ବିକ୍ରିକରି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଏହି ଗୁପଚୁପରେ ଆଳୁ ବଦଳରେ ଡ୍ରାଏ ଫ୍ରୁଟ୍ସ ଓ ସରବତ ସାମିଲ ରହିଛି। ଏହାକୁ ସୁନାଥାଳିରେ ସୁନା ଓ ଚାନ୍ଦି ପରସ୍ତ ସହ ବିକ୍ରି କରାଯାଉଛି। ନିକଟରେ ଜଣେ ଫୁଡ୍ ବ୍ଲଗର ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି।ଭିଡିଓରେ ଦେଖାଯାଉଛି, ଗୁପଚୁପ ବିକ୍ରେତା ଭିନ୍ନ ଶୈଳୀରେ ଏହାକୁ ଦେଉଛନ୍ତି। ଗୁପଚୁପରେ କଟା ଯାଇଥିବା ବାଦାମ, କାଜୁ ଓ ପିସ୍ତାକୁ ମିଶାଇ ପୁର ଭଳି ଦେଉଛନ୍ତି। ଏହାପରେ କିଛି ମହୁ ମିଶାଉଛନ୍ତି। ସୁନା ଓ ଚାନ୍ଦି ପରସ୍ତ ଲଗାଉଛନ୍ତି। ଏହାକୁ ଛୋଟ ଛୋଟ ଗ୍ଲାସରେ ସରବତ ରଖି ଏହାକୁ ଦେଉଛନ୍ତି। ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *