Pratidin TV

Odisha's Digital News Platform

୪ ହଜାର କମିଲା ସୁନା ଓ ରୂପା ଦର ।

1 min read

୨୦୨୪ ବଜେଟ୍ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁଯାୟୀ, ସୁନା ଓ ରୁପା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ୧୫%ରୁ ୬%କୁ ହ୍ରାସ ପାଇଛି। ଏହା ମଧ୍ୟରେ ଥିବା ମୂଳ ସୀମା ଶୁଳ୍କ ୧୦ରୁ ୫% ଓ କୃଷି ସେସ୍ ୫%ରୁ ୧%କୁ କମିଛି। ଏହି ହ୍ରାସ ନିଷ୍ପତ୍ତି ପରେ ସୁନା ଓ ରୁପାର ଦାମ ୪ ହଜାର ଟଙ୍କା ଯାଏ କମି ଯାଇଛି।

ତେବେ ସୀମା ଶୁଳ୍କ ହ୍ରାସ ପାଇବା ପରେ ମଲ୍ଟି କମୋଡିଟୀ ଏକ୍ସଚେଞ୍ଜ(ଏମସିଏକ୍ସ)ରେ ସୁନା ଦର ୧୦ ଗ୍ରାମ(୨୪ କ୍ୟାରେଟ) ପ୍ରତି ୬୮,୫୦୦କୁ ଖସି ଆସିଛି। ପୂର୍ବରୁ ଏହା ୭୨,୮୩୮ ଟଙ୍କା ଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୨,୩୯୭.୧୩ ଡଲାର ରହିଛି। ଏହାର ଅର୍ଥ ଘରୋଇ ବଜାରରେ ସୁନାର ଦର ୪ ହଜାର ଟଙ୍କା ଯାଏ କମିଛି। କୁହାଯାଉଛି ଆଗାମୀ ଦିନରେ ସୁନାର ଦାମ ୬୬ ହଜାରକୁ ଖସି ଯାଇପାରେ।

Advertisement

ସେହିଭଳି ରୂପା ଦରରେ ମଧ୍ୟ ହ୍ରାସ ଘଟିଛି । ପୂର୍ବରୁ ଗୋଟିଏ କେଜି ରୁପାର ଦାମ ୮୮,୯୯୫ ଟଙ୍କା ଥିଲା। କିନ୍ତୁ ବଜେଟ ପରେ ଏହା ୮୪,୨୭୫ ଟଙ୍କାକୁ ଖସି ଆସିଛି। ଏହାର ଅର୍ଥ ରୁପା କେଜି ପିଛା ୪୭୨୦ ଟଙ୍କା କମିଛି।

Leave a Reply

Your email address will not be published. Required fields are marked *