Pratidin TV

Odisha's Digital News Platform

୨ଦିନ ପରେ ପୁଣି ବଢିଲା ସୁନାର ଦର..

1 min read

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୩,୬୫୦ ଟଙ୍କା ରହିଛି । ଏଥିସହ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୫୮,୫୩୦ ଟଙ୍କା ହୋଇଛି । ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩,୬୫୦ ଟଙ୍କା ଟଙ୍କା ଓ ୫୮,୫୩୦ ଟଙ୍କା ମୂଲ୍ୟ ହୋଇଛି । ସେହିପରି ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଆଜି ବୃଦ୍ଧି ପାଇଛି । ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୫୩,୬୫୦ ଟଙ୍କା ଓ ୫୮,୫୩୦ ଟଙ୍କା ରହିଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୩,୮୦୦ ଟଙ୍କା ଓ ୫୮,୬୮୦ ଟଙ୍କା ଥିବା ରେକର୍ଡ କରାଯାଇଛିି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୩,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୮,୮୦୦ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୪,୭୦୦ ଟଙ୍କା ରହିଥିବା ନେଇ ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *