କିଣିବାକୁ ଚାହୁଁଛନ୍ତି କି ସୁନା? କିଣିବା ଆଗରୁ ଜାଣି ନିଅନ୍ତୁ ସୁନାରୂପାର ମୂଲ୍ୟ…
1 min readଡିସେମ୍ବରରେ ଚାଲିଛି ବିବାହ ଋତୁ । ଆଉ ଏହି ସମୟରେ ସୁନାର ଦର ତେବେ ବି ନା ହେଉ ନା କାହିଁକି ସୁନା କିଣିବା ବାଧ୍ୟତା ମୂଳକ ହୋଇ ପଡିଛି । ତେବେ ସୁନାର ଦର ଯୋଗୁଁ ଲୋକେ କମ ଓଜନର କିଣୁଛନ୍ତି । ସୁନାଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚିନ୍ତା ଗ୍ରାହକ । ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ କିଣିବାକୁ ଚାହୁଁଛନ୍ତି ତେବେ ନଜର ପକାନ୍ତୁ ଆଜି ସୁନାରୂପାର ମୂଲ୍ୟ କେତେ ରହିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୩୫୦ ଟଙ୍କା ହୋଇଛି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡିସେମ୍ବର୧୦ରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୫୭,୧୫୦ ଟଙ୍କା ଓ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୬୨,୩୫୦ ଟଙ୍କା ରହିଛି ।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୭,୧୫୦ଟଙ୍କା ଓ ୬୨,୩୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୭,୩୦୦ ଟଙ୍କା ଓ ୬୩,୫୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୭,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୨,୮୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୭,୧୫୦ ଟଙ୍କା ଓ ୬୨,୩୫୦ ଟଙ୍କା ରହିଛି । ସେହିପରି ରୂପା ମୂଲ ୧ କିଲୋଗ୍ରାମ ପ୍ରତି ୭୬,୬୦୦ଟଙ୍କା ରହିଥିବା ନେଇ ହୋଇଛି ।