ସୁନା ବେଶରେ ଦର୍ଶନ ଦେଉଛନ୍ତି ମା କିଚକେଶ୍ୱରୀ , ଦର୍ଶନ କଲେ ମିଳେ କୋଟି ଜନ୍ମର ପୂଣ୍ୟ….
1 min readମୟୁରଭଞ୍ଜ ; ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚକେଶ୍ୱରୀ ପୁରାଣରେ ବର୍ଣ୍ଣିତ କିଚକ ରଜାଙ୍କ ଅଧିଷ୍ଠାତ୍ରୀ ଦେବୀ ଥିଲେ ମା। ପରବର୍ତ୍ତୀ ସମୟରେ କିଚକ ରାଜାଙ୍କ ନାମ ଅନୁସାରେ ଠାକୁରାଣୀଙ୍କ ନାମ କିଚକେଶ୍ୱରୀ ହୋଇଛି। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଙ୍କ ସୁନା ବେଶ ଅନୁଷ୍ଠିତ ହୋଇଛି।
ସୁନା ବେଶ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗିଥାଏ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦ ବସ୍ତ କରାଯାଇଛି। ସୁନା ବେଶରେ ମାଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି।
ମନ୍ଦିର ଟ୍ରଷ୍ଟି ମୁଖ୍ୟ ଉପଜିଲ୍ଲାପାଳ ପ୍ରେମାଶୁ ଚାନ୍ଦ ଯୋଗ ଦେଇଥିଲେ। ମନ୍ଦିର ପରିଚାଳକ ଅଜୟ କୁମାର ସାହୁ ସମସ୍ତ ଙ୍କର ସହଯୋଗ କୁ ଧନ୍ୟବାଦ ପ୍ରଦାନ କରିଥିଲେ। ମନ୍ଦିର କୁ ଫୁଲ ରେ ସଜାଇ ଥିଲେ ପାଞ୍ଚପିଢ ସାମ୍ବାଦିକ ସଂଘ ।