Pratidin TV

Odisha's Digital News Platform

ଗତକାଲି ଠାରୁ ଆହୁରୀ କମିଛି ସୁନାମୁଲ୍ୟ, କିଣିବା ପୂର୍ବରୁ ପକାନ୍ତୁ ନଜର..

1 min read


ଭୂବନେଶ୍ୱର: ଗତକାଲି ଠାରୁ ଆଜି ସୁନା ଦର କିଛି ମାତ୍ରାରେ କମିଛି । ରାଜ୍ୟ ତଥା ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ରେଟ ପରିବର୍ତ୍ତନ ହୋଇଛି । ଦିନକୁ ଦିନ ସୁନାର ମୁଲ୍ୟ ମହଙ୍ଗା ହେଉଥିବା ବେଳେ ତଥାପି ଗ୍ରାହକ ମାନେ ସୁନା କିଣିବାରେ ସବୁବେଳେ ଆଗ୍ରହୀ ରହିଥାନ୍ତି । ତେବେ ଆଜି ଆପଣ ଯଦି ସୁନା କିଣିବା ପାଇଁ ଚାହୁଁଛନ୍‌ତି ତେବେ ଆଉ ଡେରି ନ କରି ଯଥା ଶୀଘ୍ର ପାଖ ସହର ବା ବଜାରରୁ ସୁନା ଗହଣା କିଣି ଆଣନ୍ତୁ । କାରଣ ଗତକାଲି ଠାରୁ ଆଜିି ସୁନାଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କେଉଁଆଡେ କେତେ ମୁଲ୍ୟ ରହିଛି ।


ଆମେ ପ୍ରଥମେ ଜାଣିବା ରାଜଧାନୀ ଭୂବନେଶ୍ୱରରେ ସୁନା ଗ୍ରାମ ପ୍ରତି ମୂଲ୍ୟ କେତେ ରହିଛି । ତେବେ ଭୂବନେଶ୍ୱରରେ ଦେଖିବାକୁ ଗଲେ ୨୨ କ୍ୟାରେଟ ସୁନା ମୂଲ୍ୟ ଗ୍ରାମ ପ୍ରତି ୫.୩୩୫ ଟଙ୍କା ମୂଲ୍ୟ ରହ୍ୟିଥିବା ବେଳେ ୧୦ ଗ୍ରାମ ପ୍ରତି ୫୩.୩୫୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ କଥା କହିଲେ ଏହାର ଗ୍ରାମ ପ୍ରତି ୫.୮୨୦ ଟଙ୍କା ରହିଥିବା ବେଳେ ୧୦ ଗ୍ରାମପ୍ରତି ମୁଲ୍ୟ ରହିଛି ୫୮.୨୦୦ ଟଙ୍କା । ତେବେ ଆମେ ଯଦି କଟକରେ ସୁନା ମୁଲ୍ୟ ଦେଖିବାକୁ ଯିବା ତେବେ ୨୨ କ୍ୟାରେଟ ସୁନା ଗ୍ରାମ ପ୍ରତି ୫.୩୩୫ ଟଙ୍କା ଓ ୧୦ ଗ୍ରାମପ୍ରତି ୫୩.୩୫୦ ଟଙ୍କା ମୁଲ୍ୟ ରହିଛି । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ଗ୍ରାମପ୍ରତି ୫.୮୨୦ ଟଙ୍କା ରହିଥିବା ବେଳେ ୧୦ ଗ୍ରାମ ପ୍ରତି ୫୮.୨୦୦ ଟଙ୍କା ମୂଲ୍ୟ ରହିଛି ।

Advertisement


ଏହା ବ୍ୟତୀତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ମୁଲ୍ୟ କୁ ଦେଖିବାକୁ ଗଲେ ନୁଆଦିଲ୍ଲୀରେ ୨୨ କ୍ୟାରେଟ ସୁନାମୁଲ୍ୟ ୧୦ ଗ୍ରାମ ପ୍ରତି ୫୩.୫୦୦ ଟଙ୍କା ଏବ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୮.୩୫୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୫୩.୩୫୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୁଲ୍ୟ ୫୮.୨୦୦ ଟଙ୍କା ରହିଛି । ଏହାସହ କୋଲକାତା ସହରରେ ୨୨ କ୍ୟାରେଟ ସୁନା ୫୩.୩୫୦ ଏବଂ ୨୪ କ୍ୟାରେଟ ସୁନାମୁଲ୍ୟ ୫୮.୨୦୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *