Pratidin TV

Odisha's Digital News Platform

ଦୀପାବଳି ପରେ କମିଲା ସୁନା ଦର,ଜାଣନ୍ତୁ ମୂଲ୍ୟ …

1 min read

ଦୀପାବଳି ପରେ କମିବାରେ ଲାଗିଛି ସୁନା ଓ ରୂପାର ମୂଲ୍ୟ । ଆଜି ଅର୍ଥାତ ନଭେମ୍ବର 04 ସୋମବାର ଦିନ ସୁନା ମୂଲ୍ୟ ପ୍ରାୟ 400 ଟଙ୍କା ହ୍ରାସ ପାଇଛି। ଆଜିକାଲି ଦେଶରେ ସୁନା ଓ ରୂପା ମୂଲ୍ୟ ସର୍ବଦା ଅଧିକ ରହିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ରେକର୍ଡ ଭାଙ୍ଗିଛି । ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 80 ହଜାରରୁ ଅଧିକ ରହିଛି । 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73 ହଜାର 500 ରୁ ଅଧିକ ରହିଛି ।ନଭେମ୍ବର 04 ରେ ରୂପା କିଲୋଗ୍ରାମ ପିଛା 96 ହଜାର 900 ଟଙ୍କା ରହିଛି ।

ସେହିପରି ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 80 ହଜାର 540 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,790 ଟଙ୍କା ରହିଛି ।

Advertisement

ମୁମ୍ବାଇ ସୁନା ଦର: ମୁମ୍ବାଇରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 80,390 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,690 ଟଙ୍କା

କୋଲକାତା ସୁନା ଦର: କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,690 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 80,390 ଟଙ୍କା ରହିଛି ।

ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73.90 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 80,390 ଟଙ୍କା ରହିଛି।

ପାଟନାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,740 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 80,440 ଟଙ୍କା ରହିଛି ।

ହାଇଦ୍ରାବାଦ ସୁନା ଦର: ହାଇଦ୍ରାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,690 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 80,390 ଟଙ୍କା ରହିଛି ।

ଭୁବନେଶ୍ୱର ସୁନା ଦର: ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 80,400 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 73,700 ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *