Pratidin TV

Odisha's Digital News Platform

ରବିବାର ଦିନ କେତେ ରହିଛି ସୁନାର ଦର ଜାଣନ୍ତୁ ଏଠି..

1 min read

ଆଗକୁ ଦୂର୍ଗା ପୂଜା ଆସୁଥିବା ବେଳେ ପ୍ରତ୍ୟେକ ଦିନ ସୁନା ଦରରେ ଆସିଲା କିଛିଟା ପରିବର୍ତ୍ତନ । ଆପଣ ସୁନା କିଣିବାକୁ ମନ ବଳାଇଥିଲେ ନଜର ପକାନ୍ତୁ ଆଜି ସୁନାମୂଲ୍ୟ କେତେ ରହିଛି । ଗତକାଲି ଅପେକ୍ଷା ଆଜି ସୁନାଦର ସାମାନ୍ୟ ବଢିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୨, ୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୫୭,୫୪୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୭୫୦ ଟଙ୍କା ଟଙ୍କା ଓ ୫୭,୫୪୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୨,୭୫୦ ଟଙ୍କା ଓ ୫୭,୫୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୨,୯୦୦ ଟଙ୍କା ଓ ୫୭,୬୯୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୨,୭୫୦ଟଙ୍କା ଓ ୫୭,୫୪୦ ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୦,୧୦୦ଟଙ୍କା ରହିଥିବା ନେଇ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *