Pratidin TV

Odisha's Digital News Platform

କରନ୍ତୁନି ବିଳମ୍ବ ଏବେ ଶସ୍ତା ହୋଇଗଲା ସୁନନାଦର ..

1 min read

ଏବେ ଚାଲିଛି ବିବାହ ଋତୁ । ହେଲେ ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି ସୁନା ଦର । ହେଲେ ଏବେ ଆଉ ଚିନ୍ତା ନାହିଁ କାରଣ ଏବେ ଗ୍ରାମ ପିଛା ୧୦ ଟଙ୍କା ହ୍ରାସ ପାଇଛି ସୁନା ମୂଲ୍ୟ । ସୁନା ଦର ଏବେ ହୁ ହୁ ବଢ଼ି ଚାଲିଥିବା ବେଳେ ୧୦ ଗ୍ରାମ ପିଛା ୬୮ ହଜାର ପାର୍ କରିଛି । ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ ସୁନା ଦର ଉପରେ ।

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ତେବେ ଭୁବନେଶ୍ୱରରେ ୨୨ କ୍ୟାରେଟ ଦଶ ଗ୍ରାମ ସୁନାର ମୁଲ୍ୟ ୬୮,୦୫୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭୪,୨୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୫,୬୮୦ ଟଙ୍କା । କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୬,୮୦୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୪,୪୪୦ ଟଙ୍କା ରହିଛି । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୦ ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୨୦ ଗ୍ରାମ ୧୦୦ପିଛା ୯,୦୦୦ ଓ ୧ କେଜି ପିଛା ୯୦,୦୦୦ ଟଙ୍କା ରହିଛି ।

Advertisement

Leave a Reply

Your email address will not be published. Required fields are marked *