Pratidin TV

Odisha's Digital News Platform

ନଳକୂପରୁ ସୁନା କଣିକା ; ନମୁନା ସଂଗ୍ରହ ପାଇଁ ପହଞ୍ଚିଲା ପୋଲସି ଓ ପ୍ରଶାସନ…

1 min read

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଛାଞ୍ଚାଣ ବାହାଲି ଗ୍ରାମରେ ସୁନା ପଦାର୍ଥ ଭଲି କିଛି କଣିକା ନେଇ ଚର୍ଚ୍ଚା ହୋଇଥିଲା । ଖବରପାଇ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା ଓ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଜି ଗାଁରେ ପହଂଚି ଜିଓଲୋଜି ବିଭାଗ ଜାଭେଦ୍ ମହମ୍ମଦଙ୍କ ଗଭୀର ନଲକୁପରୁ ସୁନା ବାହାରୁଥିବାର ଅନୁସନ୍ଧାନ ଆରମ୍ଭ କରିଛି ।

ଗତ କିଛିଦିନ ତଳେ ଜାଭେଦ୍ ମହମ୍ମଦ ବାଡିରେ ଗଭୀର ନଳକୂପ ଖୋଲିଥିଲେ । ପରେ ପାଣିରେ ସୁନା ଗୁଣ୍ଡ଼ ବାହାରୁଥିବା ନେଇ ସନ୍ଦେହ କରି ତହସିଲାଦାରଙ୍କୁ ଜଣାଇ ଥିଲେ । ଖପ୍ରାଖୋଲ ତହସିଲାଦାର ଆଦିତ୍ୟ ପ୍ରାସାଦ ମିଶ୍ର, ବିଡ଼ିଓ ରଶ୍ମିରଂଜନ ରାଉତ ଯାଇ ତଦନ୍ତ ଆରମ୍ଭ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଜିଓଲୋଜି ବିଭାଗକୁ ତଦନ୍ତ ପାଇଁ ଚିଠି କରିଥିଲେ ସ୍ଥାନୀୟ ପ୍ରଶାସନ ।

Advertisement

ଆଜି ବଲାଙ୍ଗୀର ଜିଓଲୋଜି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ନିର୍ମଲେନ୍ଦୁ ସିଂହଦେଓଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ପହଞ୍ଚି ମୃତ୍ତିକା ପରୀକ୍ଷା କରିବା ସହ ନମୁନା ସଂଗ୍ରହ କରିଛନ୍ତି । ସଂଗ୍ରହ କରାଯାଇଥିବା ନମୁନାକୁ ଅଧିକ ତଦନ୍ତ ପାଇଁ ଲବୋଟରିକୁ ପଠାଯିବ ବୋଲି କହିଛନ୍ତି ବଲାଙ୍ଗୀର ଜିଓଲୋଜି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନିର୍ମଲେନ୍ଧୁ ସିଂଦେଓ । ପ୍ରାଥମିକ ଅନୁସନ୍ଧାନରୁ ଏହା ସୁନା ପଦାର୍ଥ ନୁହେ ବୋଲି ଅନୁମାନ କରିଛି କିନ୍ତୁ ଅଧିକ ତଦନ୍ତ ପରେ ସବୁଜଣା ପଡିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *