Pratidin TV

Odisha's Digital News Platform

ପାଣି ଭିତରୁ ମିଳିଲା ୨୦୦ ବର୍ଷ ତଳର ଜାହଜ: ୧୭୦୦ କୋଟି ଡଲାରର ସୁନା ଉଦ୍ଧାର

1 min read

୨୦୦ ବର୍ଷ ତଳେ ସମୁଦ୍ର ଭିତରେ ପୋତି ହୋଇ ରହିଥିବା ଜାହାଜ ଭିତରୁ ମିଳିଲା ସୁନା। ଏହି ଜାହାଜ ସ୍ପେନ୍ର ପ୍ରସିଦ୍ଧ ସନ୍କେନ୍ ସାନ୍ ଜୋସ୍ ଗାଲିଅନ୍ର ଧ୍ବଂସାବଶେଷ ପାଖରୁ ମିଳିଛି। ଆବିଷ୍କୃତ ଦୁଇଟି ଜାହାଜରେ ୧୭ ଶହ କୋଟି ଡଲାର୍ର ସୁନା ବୋଝେଇ ହୋଇ ରହିଥିବା ଜଣାପଡିଛି। ଏ ସମ୍ପର୍କରେ ‘ନିଉଜ୍ଉଇକ୍’ ରିପୋର୍ଟ କରିଛି। ୬୨-ଗନ୍ ସାନ୍ ଜୋସ୍କୁ ବ୍ରିଟିସ୍ ସେନା ୧୭୦୮ରେ ବୁଡ଼ାଇ ଦେଇଥିଲା।

୨୦୧୫ ରେ ଏହା ମିଳିଥିଲା ଓ ସ୍ପେନ୍ ସରକାର ଏକ ନୂଆ ଫୁଟେଜ୍ ରିଲିଜ୍ କରି କହିଛନ୍ତି, ଜାହାଜ ଭିତରୁ ସୁନା ଏବଂ ଅନ୍ୟ ମୂଲ୍ୟବାନ ଜିନିଷ ଲଦି ହୋଇ ରହିଥିଲା। ଏହି ଭିଡିଓ ରିମୋର୍ଟ କନଟ୍ରୋଲ ତିବା ଭେଇକିଲରୁ ରେକର୍ଡ କରାଯାଇଛି ଓ ଏଥିରେ ଦେଖିପାରିବେ ଯେ, ଗୋଟିଏ ଡଙ୍ଗା ଓ ଏକ ଜାହାଜ ମୁଖ୍ୟ ଯୁଦ୍ଧ ଜାହାଜର ଧ୍ବଂସାବଶେଷ ଷ ପାଖରେ ରହିଛି। ଦୁଇଟି ଜାହାହ ୨୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ଓ୍ବାଶିଂଟନ୍ ପୋଷ୍ଟ ନିଜର ରିପୋର୍ଟରେ ଲେଖିଛି, ରିମୋଟରୁ ଅପରେଟ୍ ହେଉଥିବା ପାଣି ତଳେ ଥିବା ବାହାନର ଦେଶର କାରିବିଆନ୍ ଉପକୂଳରୁ ୩,୧୦୦ ଫୁଟ ତଳକୁ ପଠାଯାଇଥିଲା।

Advertisement

ନୀଳ ଓ ସବୁଜ ରଙ୍ଗର ଫଟୋରେ ସୁନାର କଏନ୍, ମାଠିଆ ଓ ବିଲକୁଲ ଠିକ୍ ଅବସ୍ଥାରେ ପ୍ରୋକ୍ଲେନ୍ କପ୍ ସମୁଦ୍ର ଶଯ୍ୟାରେ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଉଛି ବୋଲି ‘ୱାସିଂଟନ୍ ପୋଷ୍ଟ୍’ରେ ରିପୋର୍ଟ କରାଯାଇଛି। ଶହ ଶହ ବର୍ଷ ପର‌୍ୟ୍ୟନ୍ତ ସମୁଦ୍ର ତଳେ ରହିବା ପରେ ମଧ୍ୟ ଜାହଜର ଗୋଟିଏ ଅଂଶ ପୁରା ଭଲ ରହିଛି। ଗୋଟିଏ ତୋପକୁ ମଧ୍ୟ ସମୁଦ୍ର ତଟରେ ଦେଖିବାକୁ ମିଳିଛି। ସ୍ପେନ୍ ନୌସେନା ଓ ପ୍ରତ୍ନତତ୍ତ୍ବବିତ୍ର ବୈଜ୍ଞାନିକ ଏହାର ମୂଳ ସ୍ଥାନ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ରାଷ୍ଟ୍ରପତି ଇଭାନ ଡ୍ୟୁକଭେ କହିଛନ୍ତି, ଆମର ଚେଷ୍ଟା ରହିଛି, ଏହାକୁ ବାହାର କରାଯିବ।

Leave a Reply

Your email address will not be published. Required fields are marked *