Pratidin TV

Odisha's Digital News Platform

ସରକାରୀ ଚାକିରି ପାଇଁ ମିଳିଲା ସୁବର୍ଣ୍ଣ ସୁଯୋଗ..ଏମିତି କରନ୍ତୁ ଆବେଦନ..

1 min read

ସରକାରୀ ଚାକିରି କରିବାର ମିଳିଲା ସୁବର୍ଣ୍ଣ ସୁଯୋଗ। ଦଶମ ଫେଲ ମଧ୍ୟ ଏଥିପାଇଁ କରିପାରିବେ ଆବେଦନ । ତେବେ ଏହା ଅନ୍ୟ ରାଜ୍ୟ ନୁହେଁ ଖୋଦ ଓଡିଶା ରେ ମିଳିଛି ସୁଯୋଗ । ନିଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମୋଡ୍‌ରେ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ nsp.org.inକୁ ଯାଇ ଆବେଦନ କରିପାରିବେ। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ୧୬ ଡିସେମ୍ବର ୨୦୨୩ ରହିଛି ଆବେଦନର ଶେଷ ତାରିଖ । ହାଉସ୍‌ ମଦର୍ ପାଇଁ ୨ଟି ପୋଷ୍ଟ୍,  ହାଉସ୍‌ ଫାଦରରେ ୨ଟି ପୋଷ୍ଟ୍, ପାରାମେଡିକାଲ୍ ଷ୍ଟାଫ୍ ପାଇଁ ୧ଟି ପୋଷ୍ଟ୍ ଖାଲି ରହିଛି।ମାର୍କ ବେସିସ୍‌ରେ ପ୍ରାର୍ଥୀ ଚୟ ହେବ ।

ଶିକ୍ଷାଗତ ଯୋଗ୍ୟତା :

Advertisement

ହାଉସ୍‌ ମଦର୍ ପାଇଁ ଶିକ୍ଷାଗତ ଯୋଗ୍ୟତା କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ ରହିଥିବା ବେଳେ ହାଉସ୍‌ ଫାଦର୍ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ରହିଛି। ପାରାମେଡିକାଲ୍ ଷ୍ଟାଫ୍ ପାଇଁ ଶିକ୍ଷାଗତ ଯୋଗ୍ୟତା ଫାର୍ମାସିଷ୍ଟ / ଆୟୁର୍ବେଦିକରେ ଡିପ୍ଲୋମା ଆବଶ୍ୟକତା ରହିଛି।

ରୋଷେୟା ,ହେଲ୍‌ପର୍ ,ହାଉସ୍ କିପର୍ , ଆୟା  ପୋଷ୍ଟ ପଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ଓ ଫେଲ୍ ହେଲେ ମଧ୍ୟ ଆବେଦନ କରିପାରିବେ। ସେହିପରି  ପରିଚାଳକ / ସଂଯୋଜକ ପାଇଁ ଶିକ୍ଷାଗତ ଯୋଗ୍ୟତା ସୋସିଆଲ୍ ୱାର୍କ / ସମାଜବିଜ୍ଞାନ / ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ବୋଲିି ବିଜ୍ଞପ୍ତିରେ ଉଲ୍ଲେଖ ରହିଛ।

କିପରି କରିବେ ଆବେଦନ:
ଅଫିସିଆଲ୍ ୱେବସାଇଟ୍‌ nsp.org.in । ସ୍କ୍ରିନ୍‌ରେ ଏକ ଆବେଦନ ଫର୍ମ ଦେଖାଯିବ, ଏହାକୁ ପୂରଣ କରନ୍ତୁ ।  ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ । ସବମିଟ ବଟନ୍ ଉପରେ ଶେଷରେ କ୍ଲିକ୍ କରନ୍ତୁ ।  ଅଫଲାଇନରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ।

Leave a Reply

Your email address will not be published. Required fields are marked *