Pratidin TV

Odisha's Digital News Platform

ଖୁସି ଖବର , ଇଟାଲୀ ରୁ ଭାରତ ଫେରୁଛନ୍ତି ଦିବ୍ୟାଙ୍କା..

1 min read

ଇଟାଲୀ ରୁ ଭାରତ ଆସୁଛନ୍ତି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଦହିୟା ଓ ତାଙ୍କ ସ୍ବାମୀ ବିବେକ ଦହିୟା ।  ଟିଭି ଇଣ୍ଡଷ୍ଟ୍ରିର ଏ ହେଉଛନ୍ତି ଲୋକପ୍ରିୟ ଦମ୍ପତି ଭାବେ ଜଣାଶୁଣା। ଦୁହେଁ କିଛି ଦିନ ପୂର୍ବେ ଛୁଟି କଟାଇବାକୁ ଇଟାଲି ଯାଇଥିଲେ। ତେବେ ଗତ ସପ୍ତାହରେ ସେମାନଙ୍କ ପାସପୋର୍ଟ ଇଟାଲିର ଫ୍ଲୋରେନ୍ସ ସହରରୁ ଚୋରି ହୋଇଯାଇଥିଲା। ସେବେଠାରୁ ଉଭୟ ସେଠାରେ ଫସି ରହିଥିଲେ। ତେଣୁ ଉଭୟ ଇଟାଲିରେ ଥିବା ଭାରତୀୟ ଦୂତାବାସ ଓ ଇଟାଲି ପ୍ରଶାସନର ସାହାଯ୍ୟ ଲୋଡ଼ିଥିଲେ।

ସୋମବାର ସେମାନଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯାଇ ଜରୁରିକାଳୀନ ପ୍ରମାଣପତ୍ର ଦିଆଯାଇଛି। ଫଳରେ ଉଭୟ ଦିବ୍ୟାଙ୍କା ଓ ବିବେକଙ୍କୁ ଆଶ୍ୱସ୍ତି ମିଳିଛି। ସୋମବାର ଏହି ଦମ୍ପତି ସେମାନଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଉଭୟେ ଭାରତୀୟ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଜରୁରିକାଳୀନ ପ୍ରମାଣପତ୍ର ଧରି ଆଶ୍ୱସ୍ତି ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର କ୍ୟାପ୍‌ଶନ୍‌ରେ ଦିବ୍ୟାଙ୍କା ଲେଖିଛନ୍ତି, ”ଆମେ ଶୀଘ୍ର ଭାରତ ଫେରୁଛୁ। ଆମକୁ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଭାରତୀୟ ଦୂତାବାସର ପ୍ରଚେଷ୍ଟା ଯୋଗୁ ଭାରତ ଫେରିବା ଆମ ପାଇଁ ସମ୍ଭବ ହୋଇପାରିଛି।“ ସାଧାରଣତଃ ବିଦେଶରେ ଯେଉଁ ଭାରତୀୟ ନାଗରିକଙ୍କ ପାସ୍‌ପୋର୍ଟ ହଜିଯାଏ, ଚୋରି ହୁଏ କିମ୍ବା ନଷ୍ଟ ହୋଇଥାଏ ସେମାନଙ୍କୁ ଭାରତୀୟ ଦୂତାବାସ ଦ୍ୱାରା ଜରୁରିକାଳୀନ ପ୍ରମାଣପତ୍ର ଦିଆଯାଏ। ଯାହାଦ୍ୱାରା ଏବେ ଭାରତ ଫେରୁଛନ୍ତି ଦିବ୍ୟାଙ୍କା ଏବଂ ତାଙ୍କ ସ୍ୱାମୀ ।

Advertisement

Leave a Reply

Your email address will not be published. Required fields are marked *