Pratidin TV

Odisha's Digital News Platform

ଯାତ୍ରୀଙ୍କ ପାଇଁ ଖୁସି ଖବର,ଟୋଲ ଫି ଛାଡକଲେ ସରକାର ..

1 min read

ଯାତ୍ରୀଙ୍କ ପାଇଁ ଖୁସି ଖବର, ଟୋଲ୍-ଫି ଛାଡ଼ କଲେ ସିନ୍ଦେ ସରକାର । ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାର କରିଛନ୍ତି ବଡ଼ ଘୋଷଣା। ଆଜି ମଧ୍ୟରାତ୍ର ଠାରୁ ସମସ୍ତ ପ୍ରକାର ହାଲୁକା ଯାନ ପାଇଁ ଟୋଲ୍-ଫି ଛାଡ଼ କରିଛନ୍ତି ଏକନାଥ ସିନ୍ଦେ ସରକାର। ଖବର ଅନୁଯାୟୀ ମୁମ୍ବାଇର ସମସ୍ତ ପାଞ୍ଚଟି ଟୋଲ୍ ବୁଥରେ ଏହି ନିୟମ କାର୍ଯ୍ୟକାରୀ ହେବ।

ତେବେ ଟୋଲ୍-ଫି ଛାଡ଼ ହୋଇଥିବା ହାଲୁକା ଯାନଗୁଡ଼ିକ ହେଉଛି- କାର, ଜିପ୍, ଭ୍ୟାନ୍ ଏବଂ ମିନି ଟ୍ରକ୍। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରକୁ ଦୈନିକ ଛଅ ଲକ୍ଷରୁ ଅଧିକ ଯାନ ମୁମ୍ବାଇ ଦେଇ ଯାଏ। ସେଥିମଧ୍ୟରୁ ୮୦ ପ୍ରତିଶତ ହାଲୁକା ମୋଟର ଯାନ ରହିଛି। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକ ପରେ ମୁମ୍ବାଇର ସମସ୍ତ ୫ଟି ବୁଥରୁ ହାଲୁକା ଯାନ ପାଇଁ ଟୋଲ୍-ଫି ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି।

Advertisement

ପାଞ୍ଚଟି ବୁଥ- ଦହିସାର, ଏଲବିଏସ୍ ରୋଡ୍-ମୁଲୁନ୍ଦ, ଇଷ୍ଟର୍ନ ଏକ୍ସପ୍ରେସ ହାଇୱେ-ମୁଲୁନ୍ଦ, ଏୟାରୋଲି କ୍ରିକ୍ ବ୍ରିଜ୍ ଏବଂ ଭାସି ଏଠାରେ ଆପଣମାନେ କୌଣସି ଟୋଲ୍ ଶୁଳ୍କ ନ ଦେଇ ଯାଇପାରିବେ।

Leave a Reply

Your email address will not be published. Required fields are marked *